ସ୍ତ୍ରୀ, ପିଲାଙ୍କୁ ନ ପାଇବାରୁ ଶ୍ୱଶୁର ଉପରକୁ ଜ୍ୱାଇଁର ଗୁଳି

କୁଚିଣ୍ଡା – ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତ କାଣ୍ଡ । ସ୍ତ୍ରୀ, ପିଲାଙ୍କୁ ଘରେ ନ ପାଇବାରୁ ଶ୍ଵଶୁରଙ୍କ ଘରେ ତାଙ୍କ ଉପରକୁ ଗୁଳିମାଡ଼ କରିଛି ଜ୍ଵାଇଁ । କୁଚିଣ୍ଡା ମହୁଲପାଲି ଥାନା ବନ୍ଧକାନୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ଵଶୁର । ସ୍ତ୍ରୀ ଓ ପିଲାଙ୍କୁ ଶ୍ଵଶୁର ଘରକୁ ନେଇଯିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ଗୁଳିମାଡ଼ କରିଥିଲା ଜ୍ଵାଇଁ । ବାଉରିଗୋଡ଼ା ଗାଁର ଅଭିଯୁକ୍ତ ଜ୍ଵାଇଁକୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କଠାରୁ ଦେଶୀ ବନ୍ଧୁକ, ଗନ୍ ପାଉଡର ଜବତ କରିଛି ମହୁଲପାଲି ପୋଲିସ । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

Comments are closed.