ଟାଉନ ପୋଲିସ ଦ୍ବାରା କଫ ଶିରଫ, ଇଞ୍ଜେକ୍ସନ ଜବତ

ବରଗଡ :ବରଗଡ ଟାଉନ ଥାନା ପୋଲିସ ପକ୍ଷରୁ ଆଜି ବ୍ୟାପକ ଭାବରେ କଫସିରପ୍ ଏସ କଫ , ନିଷେଧ ଥିବା ଇଞ୍ଜେକ୍ସନ,ବହୁ ସଂଖ୍ୟକ ମୋବାଇଲ ଜବତ କରିଛି।ଟାଉନ ଥାନା କେସ ନମ୍ୱର୍ ୫୧୬ ତା ୧୧/୦୮/୨୦୨୩ ରେ ଭାରତୀୟ ଦଣ୍ଡ ବିଧାନ ଆଇନର ଦଫା ୨୬୯/୨୭୦/୨୭୨/୨୭୩/୨୭୪/୨୭୫/୩୪ ତଥା ଡ୍ରଗସ ଓ କସମେଟିକ ଆଇନ ୧୯୪୦ ର ଦଫା ୧୩ ରେ ମେଲଛମୁଣ୍ଡା ଥାନା ଅନ୍ତର୍ଗତ କେଲେଣ୍ଡା ଗ୍ରାମର ଅମୂଲ୍ୟ ସାହୁ,ହରେଶ କୁମାର ସାହୁ,ଇନ୍ଦ୍ରମଣି ପାଣ୍ଡେ,ବରଗଡ ସହର ମାଲପଡ଼ାର ବୁଲୁ ସାହୁ ଓ ତାର ପତ୍ନୀ ସସ୍ମିତା ସିଂ ଓରଫ ବେହେରାକୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୧୨ ବୋତଲ କଫସିରପ୍ (ଏସ କଫ), ୪୫୦ ଟି ନିଷେଧ ଥିବା ଇଞ୍ଜେକସନ, ୧୦ ଟି ଇଞ୍ଜେକସନ ସିରିଞ୍ଜ,୪ ଟି ଆର୍ମ ବେଲ୍ଟ,୩୫ ଟି ପ୍ଲାଷ୍ଟିକ ଗ୍ଲାସ୍,୨ ଟି ଷ୍ଟ୍ରିପ ଆଲପ୍ରାଯୋଲମ୍ ଟେବଲେଟ, ୨ ଟି ଧଳା ପ୍ଲାଷ୍ଟିକ ଜର୍କିନ ସେଥିରେ ୭ ଲିଟର ଅପ ମିଶ୍ରିତ ତରଳ ପଦାର୍ଥ ଥାଇ, ନଗଦ ୩୫,୬୦୦ ଟଙ୍କା, ଗୋଟିଏ ଏଫ୍ଜେଡଆର ମୋଟର ସାଇକେଲ ଯାହାର ନମ୍ୱର୍ ଓଡି ୧୭ ଏଲ୍ ୨୭୪୬ ,ଗୋଟିଏ ଏକ୍ଟିଭା ସ୍କୁଟି ଯାହାର ନମ୍ୱର୍ ଓଡ଼ି ୧୭ କେ ୭୪୫୫ ଥାଇ, ୩ ଟି ଆଣ୍ଡ୍ରଏଡ ଓ ୩ ଟି କି ପେଡ ମୋବାଇଲ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି, ବରଗଡ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ , ଟାଉନ ଥାନା ଅଧିକାରୀ ସତ୍ୟଜିତ କାଣ୍ଡାନକେଲ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.