ଆଉ ଜଣେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର/ବରଗଡ଼ – ଝାଡ଼ଖଣ୍ଡରେ ନକ୍ସଲଙ୍କ ସହ ଲଢି ଓଡ଼ିଶାର ସିଆରପିଏଫ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହେବାର ଦିନକ ନ ଯାଉଣୁ ଆଉ ଜଣେ ଓଡ଼ିଆ ପୁଅ ସହିଦ ହୋଇଛନ୍ତି। ଆସାମ ରାଇଫଲ୍ସର ଯବାନ ନୀଳାଚଳ ପଟେଲ୍ ମଣିପୁରରେ ନିଜର କର୍ତ୍ତବ୍ୟ ସଂପାଦନ ବେଳେ ସହିଦ ହୋଇଛନ୍ତି। ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ବାଘପାଲି ଗାଁରେ ନୀଳାଚଳଙ୍କ ଘର । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

Comments are closed.