ଓଡ଼ିଆ ରାଜସ୍ଵ ଅମଲା ସଂଘର ପ୍ରଥମ କାର୍ଯ୍ଯକାରିଣୀ ପରିଷଦ

ବରଗଡ଼ : ଆଜି ଓଡ଼ିଆ ରାଜସ୍ଵ ଅମଲା ସଂଘର ପ୍ରଥମ କାର୍ଯ୍ଯକାରିଣୀ ପରିଷଦ ବୈଠକ ବରଗଡ଼ ଜିଲ୍ଲା ସଦର ମହକୁମା ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଓଡ଼ିଆ ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ସମ୍ମାନିତ ଅତିଥି ଭାବେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟୋପ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ବୈଠକର ଶୁଭାରମ୍ଭ କରିଥିଲେ। ବୈଠକରେ ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ରାଜସ୍ଵ ଅମଲା ଏବଂ କର୍ମକର୍ତ୍ତା ମାନେ ଜିଲ୍ଲା ସ୍ତରୀୟ ଅମଲା ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମାନ୍ୟବର ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାନ୍ୟବର ବିଧାୟକ ଶ୍ରୀ ଆଚାର୍ଯ୍ୟ ଅମଲା ମାନଙ୍କ ଦାବି ଗୁଡିକ ଯଥାର୍ଥ୍ୟ ଏବଂ ଏହା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ଦାବି ଗୁଡିକ କିପରି ଶୀଘ୍ର ପୂରଣ ହୋଇପାରିବ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ଏହାକୁ ତ୍ବରାନ୍ନିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଉଦଘାଟନୀ ଉତ୍ସବ ପରେ ପରେ ସଂଘର କାର୍ଯ୍ଯକାରି ପରିଷଦ ବୈଠକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସର୍ବସମ୍ମତି କ୍ରମେ ନିମ୍ନଲିଖିତ ପ୍ରସ୍ତାବ ଗୁଡିକ ଗୃହିତ ହୋଇଥିଲା। ସରକାରଙ୍କ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜୀବନ ବିନ୍ଧୁ ଯୋଜନା କୁ ଜିଲ୍ଲା ସ୍ତରରେ ନିର୍ଦ୍ଧାରିତ ଗୋଟିଏ ଦିନରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ବେତନରେ ଥିବା ଅସଙ୍ଗତି କୁ ତୁରନ୍ତ ସମାଧାନ କରିବା ପାଇଁ ରାଜ୍ଯ ସରକାର ସହିତ ସୁସମ୍ପର୍କ ରଖି ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଗଲା। ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପାଇଁ ଦଶ ଲକ୍ଷ ଟଙ୍କା ର ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ କରିବା ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ କରିଥିଲେ। ଜିଲ୍ଲା ସ୍ତରରେ ଖାଲି ଥିବା ପଦବୀ ଗୁଡିକ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବା ପାଇଁ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଅମଲା ସଂଘର ମୂଖ୍ୟ ଉପଦେଷ୍ଟା ସୁଧାକର ମହାପାତ୍ର, ଅଧ୍ୟକ୍ଷ ଲୋକେଶ୍ୱର ସାହୁ, କାର୍ଯ୍ୟକାରିତା କମିଟିର ଅଧ୍ୟକ୍ଷ ପ୍ରସନ୍ନ ନାୟକ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, ବରଗଡ ଜିଲ୍ଲା ସଭାପତି ପ୍ରହଲ୍ଲାଦ ବେସ୍ରା, ସମ୍ପାଦକ ପ୍ରକାଶ କୁମାର ସାହୁ, ରମାକାନ୍ତ ସାହୁ ଏମ୍ ଶିବଶଙ୍କର ଦୋରା, ହିମାଂଶୁ ଦାସ, ରୁଷି ସାହୁ, ବାଳମୁକୁନ୍ଦ ଦୀପ, ପ୍ରଶାନ୍ତ ମିଶ୍ର, ଗୌରାଙ୍ଗ ଦେବତା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.