ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଓଡିଆ ଯବାନଙ୍କ ମରଶରୀର

ଭୁବନେଶ୍ୱର -ଅଶାନ୍ତ ମଣିପୁରରେ ସହିଦ ଓଡିଆ ଯବାନ ନୀଳାଚଳ ପଟେଲଙ୍କ ମରଶରୀର ଆଜି ଜନ୍ମମାଟିରେ ପହଞ୍ଚିବ । ବରଗଡ ଜିଲ୍ଲା ଭେଡେନ ବ୍ଲକ ବାଘପାଲି ଗାଁରେ ନୀଳାଚଳଙ୍କ ପାର୍ଥିବ ଶରୀର ପହଞ୍ଚିବ । ଗାଁରେ ସହିଦ ଯବାନଙ୍କ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଗତ ଶୁକ୍ରବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଗାଡି ଦୁର୍ଘଟଣା ଯୋଗୁଁ ଆସାମ ରାଇଫଲ୍ସର ଯବାନ ଭାବେ କାର୍ଯ୍ୟ ରଥ ନୀଳାଚଳଙ୍କ ମୃତ୍ୟୁ ହୋଇଥିଲା ।

ବରଗଡ଼ ଜିଲ୍ଲା ସୁନାଲରମ୍ଭା ଗାଁର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ପୁଅ ନୀଳାଞ୍ଚଳ । ସେ ୨୦୦୪ ମସିହାରେ ଆସାମ ରାଇଫଲ୍ସରେ ଯୋଗ ଦେଇଥିଲେ । ୪ ବର୍ଷ ହେଲା ସେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ମଣିପୁରରେ ରହୁଥିଲେ । ତାଙ୍କ ବାପାଙ୍କ କିଛି ବର୍ଷ ଆଗରୁ ଦେହାନ୍ତ ହୋଇଥିଲା। ବିଧବା ମା’ ଗୁରୁବାରୀ, ବଡ଼ଭାଇ ନୀଳାମ୍ବର ଏବଂ ଭାଉଜ ମଞ୍ଜୁଲତା ଗାଁରେ ରହୁଛନ୍ତି ।

Comments are closed.