ଖୁବ ଶୀଘ୍ର ରାଉରକେଲା – ଭୁବନେଶ୍ଵର ମଧ୍ୟରେ ଚାଳିବ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର – ଓଡ଼ିଶାରୁ ଗଡ଼ିବ ଆଉ ଏକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସ । ରାଉରକେଲାରୁ ଭୁବନେଶ୍ୱର ରୁଟରେ ବନ୍ଦେ ଭାରତ ଟ୍ରେନ ଚଳାଇବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ ଏହି ଟ୍ରେନ । ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ପ୍ରସ୍ତୁତି କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ,  ଏ ବର୍ଷ ମେ’ ୧୮ରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ।  ପୁରୀ-ହାୱଡା ମଧ୍ୟରେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ ହୋଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଦାବି କରିଥିଲେ । ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ।

Comments are closed.