ଭିଜିଲାନ୍ସ ହାତରେ ଧରାପଡିଲେ ସିଏଚସିର ଲାଞ୍ଚୁଆ ବରିଷ୍ଠ କିରାଣି 

ବାଲେଶ୍ଵର – ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ସିଏଚସିର ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ। ଜଣେ ଠିକା ନର୍ସିଂ ଅଫିସରଙ୍କଠାରୁ ସେ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ତାଙ୍କୁ ମାଡିବସିଥିଲା ଭିଜିଲାନ୍ସ ଟିମ୍। ଉକ୍ତ କର୍ମଚାରୀଙ୍କ ଠିକା ଅବଧି ପୂରଣ ହୋଇଯାଇଥିବା ବେଳେ ଚାକିରି ନିୟମିତ କରିବା ପାଇଁ ଆବଶ୍ୟକ ଫାଇଲ କାମ କରିବାକୁ ମନୋଜ କୁମାର ଭଞ୍ଜ ତାଙ୍କୁ ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ଠିକା କର୍ମଚାରୀ ଜଣଙ୍କ ଭିଜିଲାନ୍ସକୁ ଜଣାଇବା ପରେ ତାଙ୍କୁ ଧରିବା ପାଇଁ ଯୋଜନା କରିଥିଲା ଭିଜିଲାନ୍ସ। ପୂର୍ବ ଯୋଜନା ଅନୁସାରେ ଆଜି ମନୋଜ ଭଞ୍ଜ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଲାଞ୍ଚ ନେଇ ଧରାପଡ଼ିବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ମନୋଜ କୁମାର ଭଞ୍ଜଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।

Comments are closed.