ବରଗଡ ସାଂସଦ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ସମ୍ବଲପୁର: ବରଗଡ ସାଂସଦ ସୁରେଶ ପୂଜାରୀ ଗୁରୁତର ଅସୁସ୍ଥ। ଆଜି ସେ ପାର୍ଲାମେଣ୍ଟରେ ଯୋଗ ଦେବାକୁ ଯାଇଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ତାଙ୍କୁ ତୁରନ୍ତ ଏମ୍ସକୁ ନିଆଯାଇ ଭର୍ତ୍ତି କରାଯାଇଛି। ତାଙ୍କର ହାର୍ଟରେ ଏକାଧିକ ବ୍ଲକେଜ ଥିବା ଜଣାପଡିବା ପରେ ଷ୍ଟେଣ୍ଟ ଲଗାଯାଉଥିବା ମେଡିକାଲ ସୂତ୍ରରୁ ଜଣାପଡିଛି। ଏହି ଖବର ମିଳିବା ପରେ ଓଡ଼ିଶାରେ ସମର୍ଥକ ତଥା ଶୁଭେଚ୍ଛୁ ମହଲରେ ଆଶୁ ଆରୋଗ୍ଯ କାମନା କରାଯାଇଛି।

Comments are closed.