ଜେଲରୁ ଫେରାର ବିଚାରାଧୀନ ବନ୍ଦୀର ଉନ୍ମତ୍ତ କାଣ୍ଡ

ଜଗତସିଂହପୁର – ଜେଲରୁ ଖସି ଆସିଥିବା ଜଣେ ବିଚାରାଧୀନ ବନ୍ଦୀର ଉନ୍ମତ୍ତ କାଣ୍ଡ। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୨୦୨୦ରେ ଗିରଫ ହୋଇଥିବା ଅଭିଯୁକ୍ତ ଆଜି ହଠାତ୍ ମାମୁ ଘରକୁ ଆସି ନାବାଳିକାଙ୍କ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲା। ଅଭିଯୁକ୍ତର କଟୁରୀ ଆକ୍ରମଣରେ ଆଈ ପ୍ରାଣ ହରାଇଛି । ବାଲିକୁଦା ଥାନା ଗଦେଇଗିରି ଗାଁରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆକ୍ରମଣକାରୀ ଜଣକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରାଧୀନ ବନ୍ଦୀ ଥିଲା । ୨୦୨୦ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ସେ ଆଳିପିଙ୍ଗଳ ଜେଲ୍‌ରେ ଥିଲା । ତେବେ ୨୦୨୨ ଏପ୍ରିଲ୍ ମାସରୁ ଅଭିଯୁକ୍ତ ଜେଲ୍‌ରୁ ଫେରାର ହୋଇଥିଲା । ଆଜି ହଠାତ୍ ମାମୁ ଘରକୁ ଆସି କଟୁରିରେ ହାଣି ଆଈକୁ ହତ୍ୟା କରିବା ସହ ନାବାଳିକାର ମାଆ ଓ ସଂପର୍କୀୟ ଆଈକୁ ମଧ୍ୟ ଆକ୍ରମଣ କରିଥିଲା । ଆହତ ଦୁଇ ମହିଳାଙ୍କୁ ବାଲିକୁଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଅଟକ ରଖାଯାଇଛି।

Comments are closed.