ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଉପସ୍ଥାପନ ହେବ ପ୍ରାଥମିକ ଶିକ୍ଷକ ସଂଘର ଦାବି

ଭୁବନେଶ୍ୱର -ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମ୍ମିଳନୀ କକ୍ଷରେ ପ୍ରାଥମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରାଯାଇଛି । ସମ୍ମାନନୀୟା ସଚିବଙ୍କ ପୌରହିତ୍ୟରେ ହୋଇଥିବା ଏହି ଆଲୋଚନାରେ ବିଭାଗୀୟ ପଦାଧିକାରୀମାନଙ୍କ ଉପସ୍ଥିତିରେ ପ୍ରାଥମିକ ଶିକ୍ଷକ ସଙ୍ଘର କର୍ମକର୍ତ୍ତାମାନେ ନିଜର ଦାବି ଉପସ୍ଥାପନ କରିଥୁଲେ । ପୁଙ୍ଖାନୁପୁଙ୍ଖ ଆଲୋଚନା ପୂର୍ବକ ସମସ୍ତ ଦାବିଗୁଡିକୁ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଉପସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।

Comments are closed.