୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁକ୍ତ ଦୁଇ ଛାତ୍ର ମୃତ

ସୁବର୍ଣ୍ଣପୁର : ବିଦ୍ୟୁତ ଆଘାତରେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକ ଛାତ୍ର ହେଲେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବାଙ୍କବିଜା ଗାଁର ଧର୍ମରାଜ ବାଗ୍ । ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣାପଡିଛି ।

ସେ ଗୁରୁବାର ସକାଳେ ପରୀକ୍ଷା ଦେବାକୁ ଯାଇଥାନ୍ତେ । ହେଲେ ଏହା ପୂର୍ବରୁ ନିଜ ଘରେ ଥିବା ଛେଳିକୁ ଖାଇବାକୁ ଦେବା ଲାଗି ଗଛ ଡାଳ ଭାଙ୍ଗିବାକୁ ଯାଇଥିଲେ । ଏହି ସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ । ଧର୍ମରାଜଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରିବାର ଲୋକେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।

Comments are closed.