ନାବାଳିକା ମୃତ୍ୟୁ ମାମଲାରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ନିଲମ୍ବିତ

କଟକ – ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ଶରତ ନାୟକଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ତାଙ୍କ ବିରୋଧରେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଶରତ ନାୟକ ପୂର୍ବରୁ ମାହାଙ୍ଗା ବ୍ଲକର ଅଧ୍ୟକ୍ଷ ଥିଲେ।

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ନେଇ ଶରତଙ୍କର ସ୍ୱର ଥିବା ଭଳି ମନେ ହେଉଥିବା ଏକ ଅଡିଓ ଭାଇରାଲ ହୋଇଛି। ଏହି ମାମଲାରେ ସନ୍ଦିଗ୍ଧ କ୍ରୀଡା ଶିକ୍ଷକଙ୍କ ମା’ଙ୍କ ସହ ତାଙ୍କର କଥାବାର୍ତ୍ତା ଭାଇରାଲ ହୋଇଛି। ମାମଲା ରଫାଦଫା ପାଇଁ କ୍ରୀଡା ଶିକ୍ଷକଙ୍କ ମାଆଙ୍କୁ ସେ ୭୦ ହଜାର ମାଗୁଥିବା ଶୁଣିବାକୁ ମିଳିଛି।

Comments are closed.