ହାଇକୋର୍ଟର ବିଚାରପତି ପାଇଁ ଆଡଭୋକେଟ ଶିବଶଙ୍କର ମିଶ୍ର ଓ ଜେଓ ଆନନ୍ଦ ବେହେରାଙ୍କ ନାଁ ସୁପାରିଶ

ନୂଆଦିଲ୍ଲୀ – ଓଡ଼ିଶା ହାଇକୋର୍ଟର ବିଚାରପତି ପାଇଁ ସୁପ୍ରିମକୋର୍ଟ ଦୁଇ ଜଣଙ୍କ ନାଁ ସୁପାରିଶ କରିଛନ୍ତି। ଆଡଭୋକେଟ ଶିବଶଙ୍କର ମିଶ୍ର ଓ ଜୁଡିସିଆଲ ଅଫିସର ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଜର ଦୁଇ ବରିଷ୍ଠ ସହକର୍ମୀଙ୍କ ସହ ପରାମର୍ଶ କଲା ପରେ ଏ ବର୍ଷ ଜାନୁଆରୀ ୧୭ ତାରିଖରେ ଦୁଇ ଜଣଙ୍କ ନାଁ ବିଚାରପତି ପାଇଁ ସୁପାରିଶ କରିଥିଲେ। ଓଡ଼ିଶା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏଥିରେ ସମ୍ମତ ହୋଇଥିଲେ। ଆଡଭୋକେଟ ଶିବଶଙ୍କର ମିଶ୍ରଙ୍କର ଆଇନଜୀବୀ ଭାବେ ୩୦ ବର୍ଷର ଅଭିଜ୍ଞତା ରହିଛି। ଦେୱନୀ, ଫୌଜଦାରୀ ଓ ସର୍ଭିସ ଲ’ରେ ଆଡଭୋକେଟ ମିଶ୍ରଙ୍କର ଦକ୍ଷତା ରହିଛି। ଜୁଡିସିଆଲ ଅଫିସର ଭାବେ ଆନନ୍ଦ ଚନ୍ଦ୍ର ବେହେରାଙ୍କ ବିଭିନ୍ନ ଦାୟିତ୍ବ ନିର୍ବାହ କରିଛନ୍ତି

Comments are closed.