ଦୂତିଚାନ୍ଦଙ୍କୁ ଝଟକା, ଡୋପ୍ ଟେଷ୍ଟରେ ବିଫଳ ଯୋଗୁଁ ୪ ବର୍ଷ ପାଇଁ ବାସନ୍ଦ 

ଭୁବନେଶ୍ୱର – ଭାରତର ଦ୍ରୁତତମ ଧାବିକା ଦୂତିଚାନ୍ଦଙ୍କୁ ବଡ଼ ଝଟକା । ଡୋପ ଟେଷ୍ଟରେ ବିଫଳ ହୋଇଥିବାରୁ ଦୂତିଚାନ୍ଦଙ୍କୁ ୪ ବର୍ଷ ପାଇଁ ବ୍ୟାନ୍ କରାଯାଇଛି। ପିଛିଲା ଭାବେ ଏହି ବର୍ଷ ଜାନୁଆରୀ ୩ ତାରିଖରେ ଦୂତୀଙ୍କ ବିରୋଧରେ ବାସନ୍ଦାଦେଶ ଲାଗୁ ହେବ । ଡୋପିଂ ନିରୋଧୀ ଶୃଙ୍ଖଳା କମିଟି ଦୂତିଚାନ୍ଦଙ୍କ ବିରୋଧରେ ବାସନ୍ଦାଦେଶ ଦେଇଛି । ଗତବର୍ଷ ଡିସେମ୍ବର ମାସରେ ଭୁବନେଶ୍ବରରେ ଜାତୀୟ ଡୋପିଂ ନିରୋଧୀ ଏଜେନ୍ସୀ ( ଏନଏଡିଏ) ଦ୍ୱାରା ଦୂତିଚାନ୍ଦଙ୍କ ଡୋପ୍ ଟେଷ୍ଟ କରାଯାଇଥିଲା। ୨୦୨୨ ଡିସେମ୍ବର ୫ ଓ ୨୬ ତାରିଖରେ ଦୂତୀଙ୍କ ଡୋପ୍ ଟେଷ୍ଟ କରାଯାଇଥିଲା। ଦୂତି ନିଷିଦ୍ଧ ଶକ୍ତିବର୍ଦ୍ଧକ ଔଷଧ ସେବନ କରିଥିବା ନେଇ ଜଣା ପଡିଥିଲା । ‘ବି’ ସାମ୍ପଲ ଟେଷ୍ଟ ପାଇଁ ବିକଳ୍ପ ଥିଲେ ମଧ୍ୟ ଦୂତି ଏହା କରିନଥିଲେ । ତେଣୁ ପ୍ରଥମ ଦୁଇ ଡୋପ୍ ଟେଷ୍ଟ ଫଳାଫଳ ଆଧାରରେ ଦୂତିଚାନ୍ଦଙ୍କୁ ଚାରିବର୍ଷ ପାଇଁ ବାସନ୍ଦ କରାଯାଇଛି । ଏହି ବାସନ୍ଦାଦେଶ ବିରୋଧରେ ଦୂତୀ ୨୧ ଦିନ ମଧ୍ୟରେ ଦୂତୀ ବ୍ୟାନ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲରେ ଅପିଲ କରିପାରିବେ।

ଭାରତର ଦ୍ରୁତତମ ଧାବିକା ଦୂତିଚାନ୍ଦ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ। ମହିଳା ୧୦୦ ମିଟର ଦୌଡରେ ଜାତୀୟ ରେକର୍ଡ ଦୂତିଚାନ୍ଦଙ୍କ ନାଁରେ ରହିଛି।

Comments are closed.