ଲଘୁଚାପ ପ୍ରଭାବରେ ବର୍ଷା ଜାରି, ୨୫ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର – ଲଘୁଚାପ ପ୍ରଭାବରେ ସାରାରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତାକାଲି ଯାଏଁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଣେ ବଙ୍ଗୋପସାଗରରେ ଏହି ମାସ ୨୫ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ୨୩ ତାରିଖରୁ ରାଜ୍ୟରେ ପୁଣି ବର୍ଷା ପରିମାଣ ବଢିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ଲଘୁଚାପ ପ୍ରଭାବରେ ଆଜି ସକାଳ ୮ଟା ୩୦ ସୁଦ୍ଧା ଖୋର୍ଦ୍ଧାରେ ସର୍ବାଧିକ ୮୮ ମିମି ବର୍ଷା ହୋଇଛି। ହୀରାକୁଦରେ ୮୭.୮ ମିମି,
ନବରଙ୍ଗପୁରରେ ୮୧ ମିମି, କେନ୍ଦୁଝରରେ ୭୦.୬ ମିମି, ପୁରୀରେ ୬୯.୬ ମିମି, ଭୁବନେଶ୍ୱରରେ ୬୩.୮ ମିମି ଓ ଟିଟଲାଗଡରେ ୬୦.୮ ମିମି ବର୍ଷା ରେକର୍ଡ କରାଯାଇଛି।

Comments are closed.