ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ଏହି ମାମଲାରେ ଶୀଘ୍ର ଶୁଣାଣି ପାଇଁ ସିବିଆଇ ଅନୁରୋଧ କରିଛି। ସୁପ୍ରିମକୋର୍ଟ ଅଗଷ୍ଟ ୨୫ରେ ଏହାର ଶୁଣାଣି କରିବେ।

ଗୋଖାଦ୍ୟ ଦୁର୍ନୀତିର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରିଥିଲେ। ଡୋରଣ୍ଡା ଟ୍ରେଜେରୀ ସହ ଜଡିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ପାଞ୍ଚ ବର୍ଷ ଜେଲ୍ ସହ ୬୦ ଲକ୍ଷ ଟଙ୍କା ଜରିମାନା ହୋଇଥିଲା । ଏହି ମାମଲାରେ ଲାଲୁ ଯାଦବଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ଦର୍ଶାଯାଇଛି । ଏବେ ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ସବୁ ମାମଲାର ଶୁଣାଣି ଏକାଠି ଗୋଟିଏ ଖଣ୍ଡପୀଠ କରିବ।

Comments are closed.