ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

ଭୁବନେଶ୍ୱର – ପ୍ରଫେସର ସବିତା ପ୍ରଧାନ ହେବେ ପୁରୀ ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ସବିତାଙ୍କୁ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି। ପ୍ରଫେସର ସବିତା ପ୍ରଧାନ ଦାୟିତ୍ବ ନେବାଠାରୁ ଦୁଇବର୍ଷ ଏହି ପଦବୀରେ ରହିବେ । ବର୍ତ୍ତମାନ ସବିତା ପ୍ରଧାନ ଶାନ୍ତି ନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ପ୍ରଫେସର ଅଛନ୍ତି।

Comments are closed.