ଉଦ୍ଧାର ହେଲେ ୫ ମତ୍ସ୍ୟଜୀବୀ

ବ୍ରହ୍ମପୁର – ଆନ୍ଧ୍ର ମାଛ ମାଫିଆଙ୍କ ଦ୍ୱାରା ଅପହୃତ ଗଞ୍ଜାମ ଜିଲ୍ଲା ଛତ୍ରପୁର ଆର୍ଯ୍ୟପଲ୍ଲୀର ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ଆନ୍ଧ୍ରପ୍ରଦେଶର ଭାବୁନିପଡ଼ା ସମୁଦ୍ର ଅଞ୍ଚଳରୁ ସୁରକ୍ଷିତ ଭାବେ ସେମାନଙ୍କୁ ଉଦ୍ଧାର କରିଛି ପୋଲିସ । ‘ନୋ ଫିସିଂ ଜୋନ’ରେ ମାଛ ମାରୁଥିବାରୁ ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଆର୍ଯ୍ୟପଲ୍ଲୀ ମତ୍ସ୍ୟଜୀବୀମାନେ ବିରୋଧ କରିଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ୧୯ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୫ ଜଣଙ୍କୁ ଉଠାଇ ନେଇଯାଇଥିଲେ ଆନ୍ଧ୍ର ମାଫିଆ । ଏ ନେଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ ହେଲା ପରେ ପୋଲିସ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା ।
ଆନ୍ଧ୍ରର ମାଛ ମାଫିଆ ସେମାନଙ୍କୁ ନିର୍ଯାତନା ଦେଇଥିଲେ ବୋଲି ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀମାନେ କହିଛନ୍ତି।

Comments are closed.