ଚମତ୍କାରୀ ଦେବୀ ମନ୍ଦିର, ସ୍ୱତଃ ନିଆଁ ଲାଗି ଦେବୀ କରନ୍ତି ଅଗ୍ନିସ୍ନାନ

ଆମ ଭାରତ ବର୍ଷରେ ଏପରି ସବୁ ଚମତ୍କାରୀ ମନ୍ଦିର ମାନ ସବୁ ରହିଛି, ଯାହାକୁ ଦେଖିଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ। କେଉଁଠି ମନ୍ଦିର ର ଖମ୍ବ ଗୁଡିକ ଝୁଲି ରହିଛି ତ କେଉଁଠି ପାଣିରେ ଦୀପ ଜଳୁଛି।ଆଉ କେଉଁ ମନ୍ଦିର ରେ ପୁଣି ମଧ୍ୟ ମଦ୍ୟ ଅର୍ପିତ ହେଉଛି, ତ କେଉଁ ମନ୍ଦିର ରେ ବିପଦ ଆସିବା ପୂର୍ବରୁ ତାର ଜଳାଶୟ ର ରଙ୍ଗ ପରିବର୍ତ୍ତନ ହୋଇଯାଉଛି। ଏହିପରି ଅନେକ ଚମତ୍କାର ମନ୍ଦିର ଏ ଭାରତରେ ରହିଛି। ଆଜି ଆମେ ଏହିପରି ଏକ ଚମତ୍କାର ମନ୍ଦିର ବିଷୟ ରେ କହିବୁ, ଯେଉଁ ମନ୍ଦିରରେ ଦେବୀ ଅଗ୍ନିସ୍ନାନ କରିଥାନ୍ତି।ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠାରେ ଅବସ୍ଥିତ ଓ କଣ ରହିଛି ଏହାର ରହସ୍ୟ।

ଇଡାଣା ମାତା ମନ୍ଦିର,

ଏହି ଚମତ୍କାରୀକ ମନ୍ଦିର ରାଜସ୍ଥାନ ରେ ରହିଛି। ଏହି ମନ୍ଦିର ଟି ଇଡାଣା ମାତା ମନ୍ଦିର ନାମରେ ପ୍ରସିଦ୍ଧ। ଏହି ମନ୍ଦିରର ମହିମା ଏକ ସ୍ୱତନ୍ତ୍ର ଓ ବିରଳ ଅଟେ। ରାଜସ୍ଥାନର ଉଦୟ ପୁର ସହର ଠାରୁ ପ୍ରାୟ ୬୦ କିମି ଦୂର ଅରାବଳୀ ପାହାଡ଼ରେ ରହିଛି ଏହି ଇଡାଣା ମାତା ମନ୍ଦିର। ମନ୍ଦିରର ଉପରି ଭାଗରେ କୌଣସି ଛାତ ନାହିଁ।ଏହା ସମ୍ପୂର୍ଣ୍ଣ ଖୋଲା। ଏହି ମନ୍ଦିରର ନାମ ଇଡାଣା ଉଦୟ ପୁର ମେୟଲ ର ମହାରାଣୀ ଙ୍କ ନାମରେ ପ୍ରସିଦ୍ଧି ଲାଭ କରିଛି।

ଅଗ୍ନିସ୍ନାନ କରିଥାନ୍ତି ଏହି ଦେବୀ

ଏହି ସ୍ଥାନରେ ଇଡାଣା ମାତା ଅଗ୍ନିସ୍ନାନ କରିଥାନ୍ତି। ସ୍ଥାନୀୟ ଲୋକଙ୍କ କଥା ଅନୁସାରେ ମାସରେ ଅନ୍ତତଃ ପକ୍ଷେ ଦୁଇ ରୁ ତିନିଥର ଅଗ୍ନି ସ୍ୱତଃ ପ୍ରଜ୍ଵଳିତ ହୋଇଥାଏ ଏବଂ ଦେବୀଙ୍କ ମୂର୍ତ୍ତି କୁ ଛାଡି ବାକି ତାଙ୍କୁ ଶୃଙ୍ଗାର କରାଯାଇଥିବା ଶାଢ଼ୀ, ଚୁନେରୀ, ଅଳଙ୍କାର ସବୁ ଉକ୍ତ ଅଗ୍ନିରେ ଭସ୍ମୀଭୂତ ହୋଇ ଯାଇଥାଏ। ଏହାର କୌଣସି ନିର୍ଦ୍ଦିଷ୍ଟ ଦିନ ନଥାଏ।ଆଖପାଖ ଗ୍ରାମର ଲୋକମାନେ ଖବର ପାଇ ଏହାକୁ ଦର୍ଶନ କରିବା ପାଇଁ ଆସିଥାନ୍ତି।ଏହି ସମୟରେ ଏଠାରେ ବିରାଟ ମେଳା ଲାଗିଯାଏ। ଆଶ୍ଚର୍ଯ୍ୟ ର କଥା ଆଜି ପର୍ଯ୍ୟନ୍ତ କେହି ଜାଣିପାରୁ ନାହାଁନ୍ତି ଯେ ଏ ଅଗ୍ନି ଲାଗୁଛି କେମିତି ଏବଂ ଆସୁଛି କେଉଁଠୁ?

ଏହି ମନ୍ଦିର ପ୍ରତି ଲୋକଙ୍କ ସ୍ୱତନ୍ତ୍ର ବିଶ୍ୱାସ ରହିଛି।କାରଣ ଏଠାରେ ମାନ୍ୟତା ରହିଛି ଯେ ଏଠାକୁ ଯେକୌଣସି ପକ୍ଷାଘାତ ରୋଗୀ ଆସିଛି ସିଏ ନିଶ୍ଚିତ ଏଠାରୁ ସୁସ୍ଥ ହୋଇ ଫେରିଛି। ମନ୍ଦିର ପୂଜାରୀଙ୍କ କହିବା ଅନୁଯାୟୀ ଇଡାଣା ମାତାଙ୍କ ଉପରେ ଯେତେବେଳେ ଅଧିକ ଭାର ବଢିଯାଏ, ଦେବୀ ସ୍ୱୟଂ ଜ୍ୱାଳାଦେବୀ ରୂପ ଧାରଣ କରି ଥାନ୍ତି। ତାଙ୍କ ଶରୀର ରୁ ବାହାରୁଥିବା ଅଗ୍ନି ଏପରି ବିକଟାଳ ରୂପ ଧାରଣ କରେ ଯେ ଏହାର ଅଗ୍ନିଶିଖା ପ୍ରାୟ ୧୦,୨୦ ଉଚ୍ଚା ପର୍ଯ୍ୟନ୍ତ ଉଠିଥାଏ।

ମାଆ ଙ୍କ ଅଗ୍ନିସ୍ନାନ ଦର୍ଶନ କରିଥିବା ଲୋକ କୁହନ୍ତି ଆଜି ପର୍ଯ୍ୟନ୍ତ ଏହି ସ୍ନାନ ସମୟ ରେ ମାଆ ଙ୍କ ଶୃଙ୍ଗାର କୁ ଛାଡି ଏହି ଅଗ୍ନି ମାଙ୍କ ବିଗ୍ରହ ବା ଅନ୍ୟ କୌଣସି ଜିନିଷ କୁ ସ୍ପର୍ଶ କରିନାହିଁ।ଏହି ଅଗ୍ନିସ୍ନାନ ପାଇଁ ଦେବୀ ଙ୍କ ପୂର୍ଣ୍ଣାଙ୍ଗ ମନ୍ଦିର ନିର୍ମାଣ ହୋଇ ପାରୁନାହିଁ। ମାନ୍ୟତା ରହିଛି ଯେଉଁ ଭକ୍ତ ମାଙ୍କ ଏହି ଦିବ୍ୟ ଅଗ୍ନିସ୍ନାନ ଦର୍ଶନ କରିଛି ତାର ସମସ୍ତ ମନୋ କାମନା ପୂର୍ଣ୍ଣ ହୋଇଛି। ଯେଉଁ ମାନଙ୍କ ର କାମନା ପୂର୍ଣ୍ଣ ହୋଇଥାଏ ସେହି ଭକ୍ତ ଏଠାରେ ମାଙ୍କ ଉଦେଶ୍ୟ ରେ ତ୍ରିଶୁଳ ତଥା ନିଃସନ୍ତାନ ବ୍ୟକ୍ତି ଦୋଳି ସମର୍ପଣ କରି ନିଜର ଅନ୍ତର ଶ୍ରଦ୍ଧା ନିବେଦନ କରିଥାନ୍ତି।

Comments are closed.