ଆକ୍ସନ ମୋଡରେ ବରଗଡ଼ ପୋଲିସ ପ୍ରଶାସନ, ଜିଲ୍ଲାରୁ ୩୦ କୋରେକ୍ସ ବେପାରୀ ଅଟକ

ବରଗଡ଼ , ୨୨ / ୦୮ : ବରଗଡ଼ ଜିଲ୍ଲାରେ ବଢି ଚାଲିଛି ଅବାଧ ନିଶା କାରବାର । ଛତିଶଗଡ଼ରୁ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ବିପୁଳ ମାତ୍ରାରେ ଆସୁଛି ନିଶା ଇଞ୍ଜେକ୍ସନ ଓ କଫସିରପ । ଯୁବ ପିଢ଼ିଙ୍କୁ କବଳିତ କରି ନିଶା ବ୍ୟବସାୟରେ ମୁନାଫା ଖୋର ହେବାକୁ ଲାଗିଛନ୍ତି ବେପାରୀ । ଯାହାକୁ ଆଖୁ ଆଗରେ ରଖି ବରଗଡ଼ ଏସପି କଡା ପଦକ୍ଷେପ ନେଇଛନ୍ତି । ୩୦ ଜଣ କୋରେକ୍ଟ ବେପାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଉଠାଇନେଇ ବରଗଡ଼ ଏସପି ଅଫିସରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛନ୍ତି ।

ସୂଚନାନୁଯାୟୀ , ଦୀର୍ଘ ଦିନ ଧରି ଯେଉଁମାନେ ନିଶା କାରବାର କରୁଥିଲେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲେ ବରଗଡ଼ ଏସପି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା ଝାରବନ୍ଧ , ଜଗଦଲପୁର , ପାଇକମାଲ , ବୁଡେନ , ଗାଇସିଲେଟ , ମେଳଛାମୁଣ୍ଡା ଓ ପଦ୍ମପୁର ଥାନା ଅଞ୍ଚଳରେ ଚଢ଼ାଉ କରି କୋରେକ୍ସ ଓ ନିଶା ଇଞ୍ଜେକ୍ସନ କାରବାର କରୁଥିବା ୩୦ ମାଫିଆକୁ ଧରିବାରେ ସଫଳ ହୋଇଛି ପୋଲିସ ।

Comments are closed.