ଭିସୁଟରେ ଗଣିତ ଓ ଗଣନା ଧାରା ଉପରେ ସାପ୍ତାହିକ ଆନ୍ତର୍ଜାତିକ କର୍ମଶାଳା

ସମ୍ବଲପୁର: ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଗଣିତବିଭାଗ, ସଙ୍ଗଣକ ବିଭାଗ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମିଳିତ ଉଦ୍ୟମରେ ସାପ୍ତାହିକ ଆନ୍ତର୍ଜାତିକ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ୧୮ ରୁ ୨୨ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ଆୟୋଜିତ ହେବ |

ଭିସୁଟ୍ କୁଳପତି ଡ଼. ବଂଶୀଧର ମାଝୀ କର୍ମଶାଳାର ଉଦ୍ଘାଟନ କରିଥିଲେ l କର୍ମଶାଳାରେ ପ୍ରଥମ ଦିନ ଆଇ ଆଇ ଆଇ ଟି ଡିଏମ ଜବଲପୁର ପ୍ରୋଫେସର ଅପରାଜିତା ଓଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବିଶିଷ୍ଟ ବକ୍ତା ଭାବେ ଏନ ଆଇ ଟି ରାଉରକେଲାରୁ ପ୍ରୋଫେସର ପଙ୍କଜ ସାହୁ ଆସିଥିଲେ ।ସେହିଭଳି ଦ୍ଵିତୀୟ ଦିନ ମଧ୍ୟ ସୁରୁଖୁରୁରେ କାର୍ଯ୍ୟାଳୟ ଚାଲୁ ରହିଛି।ଅତିଥି ଭାବେ ଏନ ଆଇ ଟି ରାଉଲକେଲାର ପ୍ରୋଫେସର ଶିବରାମ ପାଣିଗ୍ରାହୀ ,ଆଇ ଆଇ ଟି କାନପୁରର ପ୍ରୋଫେସର ପରାସର ମହାନ୍ତି ଏବଂ ଆଇ ଏସ ଆଇ କୋଲିକତାର ପ୍ରୋଫେସର ବିଶ୍ବରଂଜନ ବେହେରା ଯୋଗ ଦେଇ ଥିଲେ। ସେହିପରି ତୃତୀୟ ଦିନ ଭି ଏସ୍ ଏସ ୟୁଟି ର ପ୍ରୋଫେସର ସିଦ୍ଧାର୍ଥ ପଣ୍ଡା, ପ୍ରୋଫେସର ପ୍ରକାଶ କୁମାର ହୋତା, ପ୍ରୋଫେସର ଜ୍ଞାନରଞ୍ଜନ ବିଶ୍ଵାଳ କର୍ମଶାଳାର ମହତ୍ତ୍ଵ ବର୍ଣ୍ଣନା କରିଥିଲେ।ଚତୁର୍ଥ ଦିବସରେ ଆଲବର୍ଟା ବିଶ୍ୱବିଦ୍ୟାଳୟ ,କାନାଡା ର ପ୍ରଫେସର ବିନ୍ ହାନ୍ ଏବଂ ଆଇଆଇଟି ମାଡ୍ରାସର ପ୍ରଫେସର ଏ . କେ. ବେଦବ୍ରତ ଚାନ୍ଦ ଅନଲାଇନ୍ ମୋଡ୍ ରେ ଯୋଗ ଦେଇଥିଲେ। ଉକ୍ତ କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଣିତ ଏବଂ ଗଣନାରେ ଶିକ୍ଷା ଓ ଅନୁସନ୍ଧାନ ତାଳିମକୁ ପ୍ରୋତ୍ସାହୀତ କରିବା ଏବଂ ଲକ୍ଷ୍ୟ ହେଉଛି ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ମଧ୍ୟରେ ଜ୍ଞାନ ବିନିମୟକୁ ପ୍ରୋତ୍ସାହୀତ କରିବା। ଶେଷରେ ସମସ୍ତ ପ୍ରତିଯୋଗୀ ଓ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯିବ। ।ଗଣିତ ଓ ଗଣନ ଧାରା ଉପରେ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଭିସୁଟରେ ଅନୁଷ୍ଠିତ ହୋଇଥିବାଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ବଡ ସୁଯୋଗର କଥା ବୋଲି ଛାତ୍ରଛାତ୍ରୀ ମତ ପ୍ରକାଶ କରିଛନ୍ତି। ଏହି କର୍ମଶାଳାରେ ଓଡିଶାର ଭିନ୍ନ ଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ଵ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନେ ମଧ୍ୟ ଯୋଗଦାନ କରିଛନ୍ତି । ଉକ୍ତ କର୍ମଶାଳାଟି ଉଭୟ ଅନଲାଇନ ଓ ଅଫଲାଇନ ଢଙ୍ଗରେ ସଂଗଠନ କରାଯାଇଅଛି। କାର୍ଯକ୍ରମ ଗଣିତ ବିଭାଗର ମୁଖ୍ୟ ପ୍ରଫେସର ମହେନ୍ଦ୍ର କୁମାର ଜେନା, ସୂଚନା ଓ ପ୍ରୟୁକ୍ତି ବିଦ୍ୟା ବିଭାଗର ପ୍ରଫେସର ଜ୍ଞାନରଞ୍ଜନ ଶିଅଳ ଏବଂ ସଂଗଣକ ବିଭାଗର ପ୍ରଫେସର ସନ୍ତୋଷ କୁମାର ମାଝୀ ସଂଯୋଜନା କରିଥିଲେ l ଅଧ୍ୟାପକ ମାନଙ୍କ ମଧ୍ୟରୁ ପ୍ରଫେସର ରମାକାନ୍ତ ପାଣିଗ୍ରାହୀ, ଡ଼ ସୁଭାଷିନୀ ପାଣିଗ୍ରାହୀ, ଡ଼ ପ୍ରଦୀପ କୁମାର ସାହୁ, ଡ଼ ସୁଶାନ୍ତ କୁମାର ପାଇକରାୟ,ଡ଼ ସରୋଜ କୁମାର ପଧାନ, ଡ଼ ସତ୍ୟପ୍ରକାଶ ସାହୁ,ଡ଼ ଇତିଶ୍ରୀ ନାୟକ, ଡ଼ ସ୍ମୃତି ରଞ୍ଜନ ମହାପାତ୍ର, ଡ଼ କିଶୋର କୁମାର ସାହୁ,ଡ଼ ରାସେଶ୍ୱରୀ ପ୍ରଧାନ, ଡ଼ ଶର୍ମିଲା ଗର୍ଣାଇକ, , ଶ୍ରୀମତି ସସ୍ମିତା ବେହେରା, ଡ଼ ସୁମିତ୍ରା କିସାନ, ଡ଼ ଶାନ୍ତି କୁମାରୀ ବେହେରା, ଶ୍ରୀମତି ଏଲିନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

କର୍ମଶାଳା ର ଶେଷ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ ସହ ଫ୍ଲୋରେନ୍ସ ବିଶ୍ଵବିଦ୍ୟାଳୟ, ଇଟାଲୀ ର ପ୍ରଫେସର କୋଷ୍ଟାଞ୍ଜା କଣ୍ଟି ନିଜର ବୈଷୟିକ ବିବୃତି ପ୍ରଦାନ କରି ଥିଲେ । ଶେଷରେ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ କର୍ମଶାଳା କୁ ଉଦଯାପିତ କରାଯାଇଥିଲା।

Comments are closed.