ମାହାଙ୍ଗା ସ୍କୁଲ ଛାତ୍ରୀ ମୃତ୍ୟୁ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

କଟକ – ବହୁଚର୍ଚ୍ଚିତ ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କ୍ରୀଡା ଶିକ୍ଷକ ଅନୁପମ ରାୟ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ଗିରଫ କରିଛି ପୋଲିସ। ଦୁଇ ଅଭିଯୁକ୍ତଙ୍କ ଗିରଫଦାରୀ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା। ମାହାଙ୍ଗା ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି । ଆତ୍ମହତ୍ୟା ପାଇଁ ପରିସ୍ଥିତି ସୃଷ୍ଟି କରିବା ନେଇ ଅନୁପମଙ୍କୁ ଗିରଫ କରାଯାଇଥିବା ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି। ସଂପୃକ୍ତ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ପ୍ରମାଣ ନଷ୍ଟ ଅଭିଯୋଗରେ ଶରତ ନାୟକଙ୍କୁ ଗିରଫ କରାଯାଇଛି। ଶରତଙ୍କ ଅଡିଓ ଭାଇରାଲ ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।

କ୍ରୀଡା ଶିକ୍ଷକଙ୍କ ମା’ଙ୍କ ସହ ଶରତଙ୍କ କଥାବାର୍ତ୍ତା ଅଡିଓ ଭାଇରାଲ ହୋଇଥିଲା । ୭୦ ହଜାର ଟଙ୍କା ଦେବାକୁ ଅନୁପମଙ୍କ ମା’ଙ୍କୁ କହିଥିଲେ ଶରତ । ମାମଲା ରଫାଦଫା ପାଇଁ ପୋଲିସକୁ ଟଙ୍କା ଦେବାକୁ କହିଥିଲେ ।

Comments are closed.