ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ବ୍ୟାପକ ଗଞ୍ଜେଇ ଜବତ୍ କରିଥିବା ବେଳେ ଚାଲାଣରେ ବ୍ୟବହୃତ ଏକ କାର ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି l

ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବରପାଇ କଣ୍ଟାମାଳ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦ୍ଦେଶରେ ଏସଆଇ ଲିସାରାଣୀ ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ ଏସ୍.ଏଚ ନଂ ୪୧ର କଣ୍ଟାମାଳ ହାଟପଦା ନିକଟରେ ଯାଂଚ କରୁଥିଲେ l ଏହି ସମୟରେ ଏକ କାର (ଓଡ଼ି ୦୨ଏଲ୍ ୬୦୫୯) ଆସୁଥିବା ଦେଖି ସନ୍ଦେହରେ ତାକୁ ଅଟକାଇ ଥିଲେ l ତଦନ୍ତ ପରେ ଉକ୍ତ କାରରୁ ବ୍ୟାପକ ଗଞ୍ଜେଇ ମିଳିଥିବା ବେଳେ ଗଞ୍ଜେଇ ଓ କାରକୁ ଜବତ କରିବା ସହ ଚାଳକ ଯୁବକକୁ ଗିରଫ କରିଛି l ପରେ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ଏହା ୨୭ କେଜି ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ଗିରଫ ଯୁବକ ଜଣକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଗଣେଶ ମିଶ୍ର (୨୦) ବୋଲି ଜଣାପଡ଼ିଛି l ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି ।

Comments are closed.