ମିଜୋରାମରେ ନିର୍ମାଣାଧୀନ ପୋଲ ଭୁଶୁଡି ୧୭ ମୃତ

ଆଇଜଲ୍‌ -ମିଜୋରାମ ରାଜଧାନୀ ନିକଟରେ ବଡ଼ ଧରଣର ଅଘଟଣ । ଆଇଜଲ ନିକଟସ୍ଥ ସାଇରଙ୍ଗରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ିପଡିବାରୁ ୧୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ଆଉ କିଛି ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମିଜୋରାମ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାରେ ଜୀବନହାନି ଘଟିଥିବାରୁ ଶୋକ ପ୍ରକାଶ କରିଛନ୍ତି।

Comments are closed.