ଇତିହାସ ରଚିଲା ଭାରତ, ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କଲା

ବେଙ୍ଗାଲୁରୁ: ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଛି ଭାରତ । ଇସ୍ରୋର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ନିର୍ଦ୍ଧାରିତ ସମୟରେ ସଫଳତାର ସହ ଅବତରଣ କରିଛି । ବିଶ୍ବର କୌଣସି ଦେଶ ଯାହା କରିପାରିନଥିଲେ ତାହା ଭାରତ ସମ୍ଭବ କରି ଦେଖାଇଛି । ଭାରତ ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଚ୍ୟାଲେଞ୍ଜିଂ ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏହାଛଡ଼ା ଚନ୍ଦ୍ରରେ ପାଦ ଥାପିବାରେ ଆମେରିକା, ସୋଭିଏତ୍ ସଂଘ (ରୁଷ) ଓ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ହୋଇଛି।

ତୃତୀୟ ପ୍ରୟାସରେ ସଫଳ ହୋଇଛି ଭାରତ । ୨୦୦୯ ଓ ୨୦୧୯ରେ ଭାରତର ପ୍ରଥମ ଦୁଇ ଚନ୍ଦ୍ର ମିଶନ ବିଫଳ ହୋଇଥିଲା । ହେଲେ ଏଥର ଭାରତ ସଫଳତାର ସହ ଚନ୍ଦ୍ରରେ ତ୍ରିରଙ୍ଗା ଉଡ଼ାଇ ମହାକାଶ ଗବେଷଣା କ୍ଷେତ୍ରରେ ନିଜର ସାମର୍ଥ୍ୟର ପ୍ରମାଣ ଦେଇଛି । ଏହି ଐତିହାସିକ ସଫଳତା ପରେ ସମଗ୍ର ଦେଶରେ ଖୁସିର ଲହରୀ ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାଇଲଖୁଣ୍ଟ ପାଇଁ ଇସ୍ରୋର ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.