ଭର୍ଚୁଆଲ ମାଧ୍ୟମରେ ମୋ ବସଷ୍ଟାଣ୍ଡ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ଦ୍ବାରା ଭର୍ଚୁଆଲ ମାଧ୍ୟମରେ “ଆମ ବସ୍ ଷ୍ଟାଣ୍ଡ” ଯୋଜନାରେ ବରଗଡ଼ ଜିଲ୍ଲାର ୯ ଟି ବ୍ଲକରେ ଯଥା- ଭେଡ଼େନ, ଅତାବିରା, ଭଟଲି, ଅମ୍ବାଭୋନା, ବରପାଲି, ବିଜେପୁର, ସୋହେଲା, ପାଇକମାଳ, ଝାରବନ୍ଧ ଠାରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅତ୍ୟାଧୁନିକ ବସ ଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ଦେୟମୁକ୍ତ ଶୌଚାଳୟ, ସୁବ୍ୟବସ୍ଥିତ ବିଶ୍ରାମକକ୍ଷ ଏବଂ ସମସ୍ତ ପ୍ରକାରର ସୂଚନା ମିଳିବା ପାଇଁ ବ୍ୟବସ୍ଥା ରହିବ । ଏତଦ୍ ବ୍ୟତୀତ ଜନସାଧାରଣଙ୍କର ସୁରକ୍ଷିତ ଯାତ୍ରା ପାଇଁ ଏବଂ ପରିବହନ ସଂକ୍ରାନ୍ତିୟ କାର୍ଯ୍ୟକୁ ଘରେ ବସି ମୋବାଇଲ ଏବଂ କମ୍ପ୍ୟୁଟର ଦ୍ବାରା କରି ପାରିବା ପାଇଁ “ମୋ ପରିବହନ ଆପ”ର ଲୋକାର୍ପଣ, ପ୍ରତିବର୍ଷ ୫୦ ହଜାର ଡ୍ରାଇଭରମାନଙ୍କ ପ୍ରଶିକ୍ଷଣ ନିମିତ୍ତ ସୁବାହକ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବରଗଡ଼ ଜିଲ୍ଲାର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥ‌ିବା ବେଳେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ,ଉପ ଜିଲ୍ଲାପାଳ ଲଲାଟ ଲୁହା, ପଦ୍ମପୁର ଉପଜିଲ୍ଲାପାଳ ସଦାକାର କୁମ୍ଭାର ମଞ୍ଚାସୀନ ଥିଲେ ।

ଆଞ୍ଚଳିକ ପରିବହନ ଅଧିକାରୀ ସାବୁଆ ମାଝି, ଆଇ.ଏମ.ଭି. ସୁଶ୍ରୀ ସୁଷମା ସାହୁ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଅଶୋକ ପାଣିଗ୍ରାହୀ, ଇନ୍ସପେକ୍ଟର ଯୁଗଳ କିଶୋର ତିରିଆ, ବଳରାମ ଦାଶ ଆଦି କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Comments are closed.