ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡା – ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡା ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ଭିଜିଲାନ୍ସ ଡିଏସପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ଆଜି ସକାଳୁ ଏକକାଳୀନ ଚଢାଉ ଆରମ୍ଭ ହୋଇଛି। ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଛନ୍ତି ଭିଜିଲାନ୍ସ ଟିମ୍ । ରାୟଗଡା, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ଚଢ଼ାଉ ଚାଲିଛି | ରାୟଗଡାରେ ଥିବା ପରିଡ଼ାଙ୍କ ସରକାରୀ ବାସଭବନ, ଳ ଅଫିସ, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଫ୍ଲାଟ, କଟକ ସଦରର ଉରାଳୀରେ ନିର୍ମାଣାଧୀନ ଅଟ୍ଟାଳିକା, ଉରାଳୀରେ ଥିବା ସମ୍ପର୍କୀୟଙ୍କ ବାସଭବନ, ଭୁବନେଶ୍ୱର ଶିଶୁ ବିହାରରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଦାନଗଦୀରେ ଥିବା ପୈତୃକ ବାସଭବନରେ ଚଢ଼ାଉ ଚାଲିଛି |

Comments are closed.