ରାଜ୍ୟ ସ୍ତରୀୟ ଗଙ୍ଗାଧର ଜୟନ୍ତୀ ଅବସରରେ ସଙ୍ଗୀତ ପ୍ରତିଯୋଗିତା

ବରଗଡ଼: ଆସନ୍ତା ୩୧ ତାରିଖ ଶ୍ରାବଣ ପୂର୍ଣ୍ଣିମା ଦିନ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବରପାଲି ଗଙ୍ଗାଧର ମେହେର କ୍ଲବର ମିଳିତ ଆନୁକୁଲ୍ୟରେ ପାଳିତ ହେବ ।

ଏହି ଅବସରରେ ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ଗୁରବାର ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାକୁ ଏବିଓ ରତ୍ନ କୁମାର ଭୋଇଙ୍କ ସମେତ ଯୋଗେନ୍ଦ୍ର ବେହେରା,ସରୋଜ ସାହୁ,ସାର୍ଥକ ନାଏକ ବିଚାରକ ଭାବରେ ଉପସ୍ଥିତ ଥିଲେ । ଶିକ୍ଷୟତ୍ରୀ ନିବେଦିତା ସାହୁ ଓ ବନ୍ଦିତା ପ୍ରଧାନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।

ଆସନ୍ତା ୩୧ ତାରିଖ ଦିନ ଗଙ୍ଗାଧର କଲ୍ୟାଣ ମଣ୍ଡଵ ଠାରେ ରାଜ୍ୟସ୍ତରୀୟ ଗଙ୍ଗାଧର ଜୟନ୍ତୀ ପାଳିତ ହେବ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରୀତା ସାହୁ ଓ ବକ୍ତା ଭାବେ ଛାୟାକାନ୍ତ ଷଡଙ୍ଗୀ ଯୋଗଦାନ କରିବେ ବୋଲି କ୍ଲବର ସମ୍ପାଦକ ସୂଚନା ଦେଇଛନ୍ତି।

Comments are closed.