ମନ୍ଦାର ଫୁଲର ରହିଛି ଚାମତ୍କାରୀ ଗୁଣ, ଏହା ମଣିଷର ଦରିଦ୍ରତାକୁ ଦୂର କରିପାରେ

ପ୍ରତ୍ୟେକ ପୂଜାପାଠରେ ଫୁଲର ଏକ ଅଲଗା ମହତ୍ୱ ଥାଏ। କେଉଁ ଭଗବାନଙ୍କର କେଉଁ ଫୁଲ ପ୍ରିୟ ହୋଇଥାଏ । କେଉଁ ଭଗବାନଙ୍କୁ କେଉଁ ଫୁଲ ଚଢାଇଲେ ସେ ପ୍ରସନ୍ନ ହୋଇଥାନ୍ତି ଏହି ବିଷୟ ରେ ନିହାତି ଜାଣିବା ଆବଶ୍ୟକ। ସେହି ଫୁଲ ମଧ୍ୟରୁ ଗୋଟିଏ ଫୁଲ ବିଷୟରେ ଆଜି ଆମେ ଜାଣିବା । ତାହା ହେଉଛି ଅତି ଦୁର୍ଲଭ ଫୁଲ ମନ୍ଦାର ଫୁଲ ବିଷୟରେ । ଯାହାର ଅନ୍ୟ ନାମ ହେଉଛି ପାରିଜାତ ଫୁଲ। କୁହାଯାଏ ଦେବୀଙ୍କର ପୂଜାରେ ଏହି ନାଲି ରଙ୍ଗର ଫୁଲର ବହୁତ ମହତ୍ୱ ରହିଥାଏ ଏବଂ ଦେବତା ମାନଙ୍କର ପୂଜାରେ ହଳଦିଆ ରଙ୍ଗର ଫୁଲକୁ ବହୁତ ଶୁଭ ମାନାଯାଏ।

ଏଣୁ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ ମନ୍ଦାର ଫୁଲର କିଛି ଚମତ୍କାରୀ କଥା ବିଷୟରେ। ଏବଂ ଏହି ଫୁଲ ଦ୍ୱାରା କିପରି ଦାରିଦ୍ର୍ୟତା ଦୂର କରି ମଣିଷକୁ ଧନୀ କରାଇଥାଏ ଏହି ବିଷୟରେ ଆଜି ଆମେ ଜାଣିବା।

ଆପଣମାନେ ଦେବୀ ନବ ଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ। ୯ ଟି କିମ୍ବା ୧୧ ଟି କିମ୍ବା ୨୧ ଟି ମନ୍ଦାର ଫୁଲର ମାଳ ଅର୍ପଣ କରନ୍ତୁ। ଦେଖିବେ ଏମିତି କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଆପଣ ଦେବୀ ମାଙ୍କ ପାଖରେ ୫୬ ପ୍ରକାରର ଭୋଗ ଲଗାନ୍ତୁ କିନ୍ତୁ ମା ତାହା ଗ୍ରହଣ ନକରି ମନ୍ଦାର ଫୁଲର ମାଳାକୁ ଅତି ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି ଏବଂ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି। ସେଥିପାଇଁ ଏହାର ଚମତ୍କାରୀ ଗୁଣ ବିଷୟରେ ଜଣାଇବାକୁ ଯାଉଛୁ।

ମା ଦୁର୍ଗାଙ୍କର ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ ଏବଂ ଏହା ସହିତ ଭଗବାନ ହନୁମାନ ଙ୍କୁ ମଧ୍ୟ ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ। କାହିଁକିନା ହନୁମାନ ନାଲିଫୁଲ ପ୍ରତି ଆକୃଷ୍ଟ ଅଟନ୍ତି। ମଙ୍ଗଳବାର ଦିନ ହନୁମାନଙ୍କୁ କିମ୍ବା ନବ ଦୁର୍ଗାଙ୍କୁ ମନ୍ଦାରଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ଯେ କୌଣସି ଦେବୀଙ୍କୁ ଅର୍ପଣ କଲେ ବା ମନ୍ଦାର ଫୁଲର ମାଳାକୁ ଅର୍ପଣ କଲେ ସୁଖ ସମୃଦ୍ଧି ଧନ ସମ୍ପତ୍ତି ଭଳି ସମସ୍ତ ଜିନିଷ ପ୍ରାପ୍ତି ହୋଇଥାଏ। ଏବଂ ଗ୍ରହ ପୀଡା ମଧ୍ୟ ଦୂର ହୋଇଥାଏ। ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଯେଉଁମାନେ ନବ ଦୁର୍ଗା ଓ ସୂର୍ଯ୍ୟନାରାୟଣଙ୍କର ଉପାସନା କରୁଥାନ୍ତି ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ସୁଫଳ ଦାୟକ ହୋଇଥାଏ। ଯଦି ନବ ଦୁର୍ଗାଙ୍କୁ ପ୍ରତିଦିନ ଗୋଟେ ମନ୍ଦାର ଫୁଲ ଆର୍ପଣ କରାଯାଏ ତେବେ ଆପଣଙ୍କର ସମସ୍ତ ଶତ୍ରୁଙ୍କୁ ଦେବୀ ମା ଦମନ କରିଥାନ୍ତି।

ଏହି ମନ୍ଦାର ଫୁଲକୁ ଜଳରେ ପକାଇ ସୁର୍ଯ୍ୟ- ନାରାୟଣଙ୍କୁ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତି ହୋଇ ଥାଏ ଓ ସମସ୍ତ ରୋଗ ନାଶ ହୋଇଥାଏ। ଘରେ ଥିବା ଫୁଲ ତୋଡ଼ାରେ କିମ୍ବା କଳସ ଜଳରେ ମନ୍ଦାର ଫୁଲକୁ ସର୍ବଦା ରଖିଲେ ଘରେ ସ୍ନେହ ଶ୍ରଦ୍ଧା ଓ ସହାନୁଭୂତି ବଢିଥାଏ ଏବଂ ପରିବାରରେ ଏକତା ଦେଖାଦେଇଥାଏ ଏବଂ ପରିବାରରେ ସମସ୍ତ ସଦସ୍ୟ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି।

ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ମତଭେଦ ଦେଖାଦେଉଛି ସର୍ବଦା ଦୁଃଖ ଏବଂ ନୈରାଶ୍ୟରେ ସମୟ ବିତୁଥାଏ ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ ୧୧ ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ। ତେବେ ଦାମ୍ଫତ୍ୟ ଜୀବନରେ ଥିବା ସମସ୍ତ ସମସ୍ୟାମାନ ଦୂର ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ଦୁହେଁ ପୁଣି ଥରେ ଖୁସିରେ ଜୀବନ ଅତିବାହିତ କରିଥାନ୍ତି। ପ୍ରତ୍ୟକ ଫୁଲ ଏବଂ ଗଛ ମାନଙ୍କରେ ଅନେକ ପ୍ରକାରର ଦେବୀ ଏବଂ ଦେବତାଙ୍କର ଶକ୍ତି ସମାହିତ ରହିଥାଏ କିନ୍ତୁ ଆମମାନଙ୍କୁ ତାହା ଜାଣିବାର ଅଛି।
ଏହିପରି ମନ୍ଦର ଫୁଲ କୁ ବ୍ୟବହାର କରି ପାରିଲେ ଆପଣ ମାନଙ୍କ ଦାରିଦ୍ର୍ୟ ନାଶ ହେବା ସହ ଜୀବନ ସୁଖମୟ ହେବ ସନ୍ଦେହ ନାହିଁ।

Comments are closed.