ଗୋପାଳପୁରରେ ସ୍ଥାପନ ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ ଓ ଆମୋନିଆ ପ୍ଲାଣ୍ଟ

ଭୁବନେଶ୍ୱର – ଗୋପାଳପୁରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଗ୍ରୀନ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ଲାଣ୍ଟ। ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ ଜୋନ୍ ଶିଳ୍ପ ପାର୍କରେ ଏହି ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଦେଶର ପ୍ରମୁଖ ଅକ୍ଷୟ ଶକ୍ତି କମ୍ପାନୀ ଏସିଏମଇ ଗ୍ରୁପ୍ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବ ।ଏଥିଲାଗି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ବୁଝାମଣାପତ୍ର ମୁତାବକ ଏସିଏମଇ କ୍ଲିନ୍ ଏନର୍ଜି, ଟାଟା ଷ୍ଟିଲ ଏସଇଜେଡରେ ୩୪୩ ଏକର ଜମି ଉପରେ ସ୍ଥାପନ କରିବ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ। ୧.୩ ନିୟୁତ ଟନ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ୫୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଏସି ଏମଇ ଏନର୍ଜି। ଦୁଇରୁ ଅଢେଇ ବର୍ଷ ମଧ୍ୟରେ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହେବ ବୋଲି କଂପାନି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.