ବଣାଇ ସ୍ୱତନ୍ତ୍ର ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ସୁନ୍ଦରଗଡ଼ – ବଣାଇ ସ୍ୱତନ୍ତ୍ର କାରାଗାରରେ ଆଜି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶୁକ୍ରାମ ମୁଣ୍ଡା । ୨୮ ବର୍ଷୀୟ ଶୁକ୍ରାମଙ୍କ ଘର କେ.ବଲାଙ୍ଗ ଥାନା ଲଙ୍ଗଳକଟା ଅଞ୍ଚଳରେ। ୨୦୨୦ରେ ଏକ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ସକାଳେ ଶୁକ୍ରାମ ଚୁଟି କାଟିବା ପରେ ଖାଦ୍ୟ ଖାଇଥିଲେ। କିନ୍ତୁ ତା’ପରେ ହଠାତ୍ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.