୫ଟି ସଚିବଙ୍କୁ ରାକ୍ଷୀ ବାନ୍ଧିଥିଲେ, ମୋବାଇଲ୍‌ ଉପହାର ପାଇଲେ

ବ୍ରହ୍ମପୁର: ଆଗକୁ ରକ୍ଷା ବନ୍ଧନ ଉତ୍ସବ। ତା ପୂର୍ବରୁ ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ବିଭିନ୍ନ ସ୍ଥାନରେ ୫ଟି ସଚିବ ଭି.କେ.ପାଣ୍ତିଆନଙ୍କ ପ୍ରତି ନିଜ ସ୍ନେହର ନିଦର୍ଶନ ଦେଖାଇଛନ୍ତି ବହୁ ମହିଳା ଏସ୍‌ଏଚ୍‌ଜି ସଭ୍ୟା। ତେବେ ସେମାନଙ୍କ ମଧ୍ୟରେ ସ୍ବତନ୍ତ୍ର ହୋଇଛନ୍ତି ରଙ୍ଗେଇଲୁଣ୍ଡା ବ୍ଲକ୍‌ ଭାବିନୀପୁର ପଞ୍ଚାୟତ ଅନ୍ତର୍ଗତ ଜି. ଜଗନ୍ନାଥପୁର ଗ୍ରାମର ମନିତା ପାତ୍ର।

ଗତ ଶୁକ୍ରବାର କନିଷିସ୍ଥିତ ବାଲାଜୀ ବିଦ୍ୟାପୀଠ ଠାରେ ଶୁକ୍ରବାର ଜନ ଅଭିଯୋଗ ଶୁଣାଣି ଅବସରରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ରାକ୍ଷୀ ବାନ୍ଧିଥିଲେ ଏସ୍‌ଏଚ୍‌ଜି ସଭ୍ୟା ମନିତା ପାତ୍ର। ଏକଥାକୁ ସ୍ବରଣ ରଖିଥିଲେ ୫ଟି ସଚିବ। ସେଥିପାଇଁ ସେ ମନିତାଙ୍କ ସକାଶେ ଏକ ଉପହାର ପଠାଇଥିଲେ। ରବିବାର ୫ଟି ସଚିବଙ୍କ ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ଶେଷ ହେବା ପୂର୍ବରୁ ମନିତାଙ୍କୁ ମିଳିଥିଲା ଏହି ଉପହାର- ଏକ ମୋବାଇଲ୍‌।

ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ଵଜିତ ରାୟ ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ଫୁଲତୋଡ଼ା ସହ ଏକ ସମ୍ପୂର୍ଣ୍ଣ ନୂଆ ଆଧୁନିକ ମୋବାଇଲ୍‌ ଉପହାର ପ୍ରଦାନ କରିଥିଲେ। ମନିତା ଏବେ ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରେସନ୍‌ରେ କାର୍ଯ୍ୟରତ। ୫ଟି ସଚିବ ତାଙ୍କ ପାଇଁ ଏହି ଉପହାର ପଠାଇଥିବା ଓ ତାଙ୍କ ଠାରୁ ଏହି ମୋବାଇଲ୍‌ ପାଇ ବେଶ୍‌ ଖୁସି ଥିବା କହିଛନ୍ତି ମନିତା।

Comments are closed.