ନିର୍ମାଣଧୀନ ରେଲୱେ ପୋଲ କ୍ୟାମ୍ପ ନିକଟରୁ ସୁରକ୍ଷା କର୍ମୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୌଦ୍ଧ: ବୌଦ୍ଧ ଥାନା ବଢିଗାଁ ଗ୍ରାମ ପଞ୍ଚାୟତ ଯୋଗୀଭୋଗରା ଗ୍ରାମ ନିକଟରେ ନିର୍ମାଣଧୀନ ରେଳ ପୋଲ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି l ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି l ଏହି ସୁରକ୍ଷା କର୍ମଚାରୀ ଜଣଙ୍କ ରେଲୱେ ଠିକା ସଂସ୍ଥାରେ କାମ କରୁଥିଲେ। ତାଙ୍କୁ କେହି କୌଣସି କାରଣରୁ ଗତ ରାତିରେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି l

ମୃତକ ଜଣକ ମୁଣ୍ଡିପଦର ଗ୍ରାମର ରଞ୍ଜନ ପ୍ରଧାନ। ସେ ରାଉତ ବାହାଲ୍ ଗ୍ରାମରେ ଶ୍ଵଶୁର ଘରେ ରହୁଥିଲେ ବୋଲି ଜଣା ପଡିଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ହତ୍ୟା ସନ୍ଦେହରେ ପୋଲିସ ଅନ୍ୟ ଜଣେ ସୁରକ୍ଷା କର୍ମୀ ଖୁଣ୍ଟିଆ ପଡା ଗ୍ରାମର ପ୍ରକାଶ ବେହେରାଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି l

Comments are closed.