ବାଲିଗୁଡ଼ା: ବ୍ୟବସାୟୀଙ୍କୁ ଗୁଳିମାଡ଼, ସୁନା ଲୁଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନେହରୁ ଛକ ଠାରେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ସୁନା ଲୁଟି ନେଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ବାଲିଗୁଡ଼ା ନୂଆ ସାହିର ବ୍ୟବସାୟୀ ସୁବାସ ଆଚାରୀ ଦୋକାନ ଖୋଲିଥିଲେ। ଏକ ବାଇକରେ ଆସିଥିବା ତିନି ଜଣ ଦୁର୍ବୃତ୍ତ ସୁନା ବେପାରୀଙ୍କ ଉପରେ ଗୁଳି ଚଳାଇବା ସହ ତାଙ୍କୁ ଗୁରୁତର କରି ସୁନା ଲୁଟି ନେଇଥିଲେ। ଗୁରୁତର ସୁବାସଙ୍କୁ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା ପ୍ରତିବାଦରେ ସ୍ଥାନୀୟ ବ୍ୟବସାୟୀମାନେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Comments are closed.