ସୁନାବେଡ଼ା ଅଭୟାରଣ୍ୟରେ ମାଓ ସ୍ଥିତି ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ, ଦାତୁନାମା ସିଆରପିଏଫ୍ କ୍ୟାମ୍ପ ଉଦଘାଟିତ

ନୂଆପଡ଼ା,୨୯।୮ : ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ସେ ସୁନାବେଡ଼ା ଅଭୟାରଣ୍ୟରେ ମାଓ ସ୍ଥିତ ଅନୁଧ୍ୟାନ କରିବା ସହ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି

ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି । ସେ ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟ ଓ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ ସ୍ଥିତ ଅନୁଧ୍ୟାନ କରିଛନ୍ତି । ପରେ ଦାତୁନାମା ଠାରେ ନବ ନିର୍ମିତ ସିଆରପିଏଫ୍‌ କ୍ୟାମ୍ପର ଉଦଘାଟନ କରିଛନ୍ତି । ଏଠାରେ ସିଆରପିଏଫ ଓ କୋବ୍ରା ଫୋର୍ସ ନିୟୋଜିତ ହୋଇଛନ୍ତି । ସେଠାରେ ଜିଲ୍ଲା ପୁଲିସ ଓ ସିଆରପିଏଫ ବରିଷ୍ଠ ଅଧିକାରୀଙ୍କ ସହ ମାଓ ସ୍ଥିତ ଉପରେ ସମୀକ୍ଷା କରିଛନ୍ତି ।

ମଧ୍ୟାହ୍ନରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ମାଓ ମୁକାବିଲା ଉପରେ ସମୀକ୍ଷା କରାଯାଇଛି । ସୀମାନ୍ତରେ ମାଓ ମୁକାବିଲାକୁ ସୁଦୃଢ କରିବାକୁ ଆଲୋଚନା କରିଥିଲେ । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବିକାଶଧାରାକୁ ତ୍ବରାନ୍ବିତ କରିବାକୁ ଆହ୍ଵାନ କରିଛନ୍ତି । ଏଠାରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା, ଆଇଜି ଅପରେସନ ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.