ପୋଲିସର ଚଡାଉ ୪୩ ଲକ୍ଷ ଟଙ୍କାର ନକଲି ପୋଷାକ ଜବତ, ଜଣେ ଅଟକ

ବଲାଙ୍ଗିର: ବଲାଙ୍ଗିର ସହର ସୁଦପଡା ଠାରେ ଥିବା ଏକ ଗୋଦାମ ଘରେ ନାମୀଦାମୀ କଂପାନୀର ଲୋଗୋ ଥିବା ନକଲି ପୋଷାକ ଜବତ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ଜଣେ ଦୋକାନ ମାଳିକକୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି ।

ସୂଚନା ମତେ ବଲାଙ୍ଗିର ଟାଉନ ଥାନା ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁଦପଡ଼ା ସ୍ଥିତ ଗୋଦାମ ଘରେ ଚଢ଼ାଉ କରିଥିଲା । ସେଠାରେ ବିଭିନ୍ନ ବ୍ରାଣ୍ଡେଡ଼ କଂପାନୀର ଲୋକେ ରହିଥିବା ପ୍ରାୟ ୪୩ ଲକ୍ଷ ଟଙ୍କାର ପେଣ୍ଟ, ସାର୍ଟ, ଟ୍ରାକପେଣ୍ଟ ଆଦି କପଡ଼ା ଜବତ କରାଯାଇଥିବା ପୋଲିସ ସୂଚନା ଠାରୁ ମିଳିଛି ।

ଏନେଇ ଟାଉନ ଥାନାରେ ଏକ ମାମଲା ୪୫୧/୨୩ ନଂ ରୁଜୁ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ଲଖାନି ନ୍ୟୁ ଗାର୍ମେଣ୍ଟ ହୋଲସେନ ଆଣ୍ଡ ରେଡ଼ିମେଟ ଦୋକାନ ମାଲିକ ରାଜେଶ କୁମାର ଲଖାନିକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି । ଅନ୍ୟପଟେ ବଲାଙ୍ଗିର ଅଞ୍ଚଳର ଉକ୍ତ ଦୋକାନଟି ପ୍ରସିଦ୍ଧିଲାଭ କରିଥିବା ବେଳେ ଏହି ଘଟଣା ପରେ ଏବେ ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

Comments are closed.