ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରେ ସ୍ୱଚ୍ଛତା ସହ ଆମ ସମସ୍ତଙ୍କ ସହଭାଗିତା ଲୋକଙ୍କ ନିକଟରେ ଶାସନର ସୁଫଳ ପହଞ୍ଚାଇବାରେ ସହାୟକ ହେବ। ଆଜିର ଦିନରେ ତୃଣମୂଳସ୍ତରରେ ଜନସ୍ୱାସ୍ଥ୍ୟ, ପରିମଳ ଭିତ୍ତିଭୂମିର ବିକାଶ ସହ ସାଧାରଣ କଲ୍ୟାଣମୂଳକ କାର୍ଯ୍ୟକୁ ସଫଳ କରିବା ପାଇଁ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.