ପାକିସ୍ତାନକୁ ହରାଇ ଭାରତ ପୁରୁଷ ହକି ଫାଇଭ୍ସ ଏସିଆ କପ୍ ଚାମ୍ପିୟନ

ସାଲହା ( ଓମାନ) – ଉଦଘାଟନୀ ପୁରୁଷ ଏସିଆ କପ୍ ହକି ଫାଇଭ୍ସରେ ଚାମ୍ପିୟନ ହୋଇଛି ଭାରତ । ଆଜି ଖେଳାଯାଇଥିବା ଏକ ରୋମାଞ୍ଚକର ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ସୁଟ ଆଉଟରେ ପରାସ୍ତ କରି ଏସିଆ କପ୍ ଚାମ୍ପିୟନ ହୋଇଛି। ନିର୍ଦ୍ଧାରିତ ସମୟ ର ଖେଳ ୪-୪ ଗୋଲରେ ସୀମିତ ରହିବା ପରେ ଫଳାଫଳ ନିର୍ଣ୍ଣୟ ପାଇଁ ସୁଟ୍ ଆଉଟର ସହାୟତା ନିଆଯାଇଥିଲା । ପେନାଲଟି ସୁଟ ଆଉଟରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଥିଲା । ଏହି ବିଜୟ ସହ ଭାରତ ଆସନ୍ତାବର୍ଷ ହେବାକୁ ଥିବା ହକି ଫାଇବ୍ସ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିଛି । ପୂର୍ବରୁ ଲିଗ୍ ମ୍ୟାଚରେ ଭାରତ, ପାକିସ୍ତାନ ଠାରୁ ୪-୫ ଗୋଲରେ ପରାସ୍ତ ହୋଇଥିଲା । ଆଜି ହିଁ ଅନୁଷ୍ଠିତ ସେମିଫାଇନାଲରେ ଭାରତ ମାଲେସିଆ ବିପକ୍ଷରେ ବୃହତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲା ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଭାରତୀୟ ମହିଳା ଦଳ ମଧ୍ୟ ଏସିଆ କପ୍ ହକି ଫାଇଭ୍ସରେ ଚାମ୍ପିୟନ ହୋଇଥିଲା ।

Comments are closed.