ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ପାତ୍ରଙ୍କ ଆଜି ଅନ୍ତିମ ସଂସ୍କାର, ଶେଷ ଇଚ୍ଛା ଦାନ କରାଗଲା ଦୁଇ ଚକ୍ଷୁ

ଭୁବନେଶ୍ୱର – ପରଲୋକଗତ ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୩ଟାରେ ଦିଗପହଣ୍ଡିରେ ସଂପନ୍ନ କରାଯିବ। ଗତକାଲି ସଂଧ୍ୟାରେ ବିଜେଡିର ଏହି ଟାଣୁଆ ନେତାଙ୍କ  ଦେହାନ୍ତ ହୋଇଯାଇଥିଲା । ସୂର୍ଯ୍ୟନାରାୟଣ ପାତ୍ରଙ୍କ ମରଶରୀର ଗତକାଲି ରାତିରେ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିବା ପରେ ତାଙ୍କର ଶେଷ ଇଚ୍ଛା ପୂରଣ କରାଯାଇଥିଲା। ମୃତ୍ୟୁ ପରେ ତାଙ୍କର ଦୁଇଟି ଯାକ ଚକ୍ଷୁ ଦାନ କରି ଦେବାକୁ ସେ କହିଥିଲେ। ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ତାଙ୍କର ଚକ୍ଷୁ ଦାନ କରାଯାଇଥିଲା । ଏକ ଡାକ୍ତରୀ ଟିମ୍ ଦିବଂଗତ ନେତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ମଧ୍ୟରେ ସୁରକ୍ଷିତ ଭାବେ ବାହାର କରି ଦେଇଥିଲେ। ଆଖିର ମାନ ପରୀକ୍ଷା କରାଯିବା ସହ  ଅନ୍ୟାନ୍ୟ ପ୍ରକ୍ରିୟା ପୂରଣ ପରେ ଆବଶ୍ୟକ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କଠାରେ ସେଗୁଡ଼ିକୁ ପ୍ରତିରୋପଣ କରାଯିବ।

Comments are closed.