ଗୋଟିଏ ଦିନରେ ବଜ୍ରପାତରେ ୧୨ ମୃତ, ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ରାଜ୍ୟ ସରକାର 

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତକାଲି ବଜ୍ରପାତ ଯୋଗୁଁ ୧୨ ଜଣ ପ୍ରାଣ ହରାଇଛନ୍ତି। ବଜ୍ରପାତରେ ୧୪ ଜଣ ଆହତ ମଧ୍ୟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଜଗତସିଂହପୁର ଓ ପୁରୀରେ ଜଣେ ଲେଖାଏଁ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଗତକାଲିର ବଜ୍ରପାତରେ ୮ ଜଣ ପଶୁ ବି ମୃତାହତ ହୋଇଛନ୍ତି। ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

Comments are closed.