ଅଜଣା ଗାଡି ଧକ୍କାରେ ଦୁଇ ଆରୋହୀ ମୃତ

ନୂଆପଡ଼ା – ନୂଆପଡ଼ା ଜିଲ୍ଲା ୩୫୩ ଜାତୀୟ ରାଜପଥ ବଡ ମହେଶ୍ୱର ଛକଠାରେ ଅଜଣାଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ମୃତକମାନେ ହେଲେ ବରପଦର୍ ଗାଁର ୨୫ ବର୍ଷୀୟ ଗୁଡୁ ଗଉଡ ଓ ୨୪ ବର୍ଷୀୟ ମାରୁତି ବେହେର। ଆହତଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.