ଆଇପିଏସ ୟୋଗେଶ ବାହାଦୂର ଖୁରାନିଆ ହେଲେ ବିଏସଏଫ ୱେଷ୍ଟର୍ଣ୍ଣ କମାଣ୍ଡର ସ୍ପେଶାଲ ଡିଜି

ଭୁବନେଶ୍ୱର – ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚ ଆଇପିଏସ ଅଫିସର ୟୋଗେଶ ବାହାଦୂର ଖୁରାନିଆ ସୀମା ସୁରକ୍ଷାବାହିନୀ -ବିଏସଏଫର ୱେଷ୍ଟର୍ଣ୍ଣ କମାଣ୍ଡ ସ୍ପେଶାଲ ଡିଜି ଭାବେ ଦାୟିତ୍ୱ ନେଇଛନ୍ତି। ସେ ସୋମବାର ଦିନ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ପାକିସ୍ତାନ ସୀମାରେ ଏହି କମାଣ୍ଡ ଅପରେସନରେ ନିୟୋଜିତ ରହିଥାଏ। ପୂର୍ବରୁ ଖୁରାନିଆ ନୂଆଦିଲ୍ଲୀ ସ୍ଥିତ ବିଏସଏଫ ମୁଖ୍ୟାଳୟରେ ସ୍ପେଶାଲ ଡିଜି ( ଅପରେସନ ) ଦାୟିତ୍ବରେ ଥିଲେ ।

ପୂର୍ବରୁ ଖୁରାନିଆ ଓଡ଼ିଶାରେ ରାଉରକେଲା, ମୟୂରଭଞ୍ଜ, ଗଞ୍ଜାମ ଓ ଅନ୍ୟ ଜିଲ୍ଲାରେ ଏସପି ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି। ଡିଆଇଜି/ଆଇଜି ଭାବେ ପଦୋନ୍ନତି ପାଇଲା ପରେ ସେ ଭୁବନେଶ୍ୱର ରେଞ୍ଜ, ଦକ୍ଷିଣାଞ୍ଚଳ ରେଞ୍ଜ, ବ୍ରହ୍ମପୁର ଓ ଉତ୍ତରାଞ୍ଚଳ ରେଞ୍ଜ, ସମ୍ବଲପୁରରେ ଅବସ୍ଥାପିତ ହୋଇଥିଲେ ।ରାଜ୍ୟ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ମଧ୍ୟ ଖୁରାନିଆ ଦାୟିତ୍ବ ତୁଲାଇଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ଯାଇ ୨୦୧୮ରେ ସେ ବିଏସଏଫରେ ଯୋଗ ଦେଇଥିଲେ।

Comments are closed.