ଜିଏସଟି ଫାଙ୍କିବା ଅଭିଯୋଗ, ସିମେଣ୍ଟ ବ୍ୟବସାୟୀଙ୍କ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ସ୍ଥିତ ଏକ ସିମେଣ୍ଟ ବ୍ୟବସାୟୀଙ୍କ ଘରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଏହି ଚଢାଉ ବଲାଙ୍ଗୀର ଜିଏସଟି ବିଭାଗ ଡେପୁଟି କମିଶନର କିଶୋର ଚନ୍ଦ୍ର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଛି ।

ବଲାଙ୍ଗୀର ଜିଏସଟି ଏନଫୋର୍ସମେଣ୍ଟର ୪ ଜଣିଆ ଟିମ୍ ସମେତ ଭବାନୀପାଟଣା ଏନଫୋର୍ସମେଣ୍ଟ ୭ ଜଣ ଟିମ୍ ଦୋକାନ, କୁମ୍ଭାରୀ ସ୍ଥିତ ଗୋଦାମ, ଲର୍କୀପାଲି ସ୍ଥିତ ଅଫିସ ଏବଂ ଘରେ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଥିଲେ । କାଗଜପତ୍ର ଏବଂ ଷ୍ଟକ ଯାଞ୍ଚ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଉଛି । ଦୋକାନ ମାଲିକ କପିଳ ପ୍ରସାଦ ଅଗ୍ରୱାଲ ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ଆସିଥିଲା । ତେଣୁ ଚଢାଉ କରାଯାଉଥିବା ଜିଏସଟି ଅଧିକାରୀ ସୂଚନା ଦେଇଛନ୍ତି ।

ଚଢ଼ାଉରେ ଜିଏସଟି ଅଫିସର ରାଜେନ୍ଦ୍ର ନାଏକ, ଆଡ଼ିସିନାଲ୍ ଜିଏସଟି ଅଫିସର ଜିତେନ୍ଦ୍ରୀୟ ବାଗ, ସହକାରୀ ଜିଏସଟି ଅଫିସର
ସରୋଜ ବେରିହା, ଭବାନୀପାଟଣା ଟିମ୍ ରୁ ଜିଏସଟି ଅଫିସର ନୀଳାଦ୍ରି ବିହାରୀ ଧାଡ଼ିହା , ଆଡ଼ିସିନାଲ ଜିଏସଟି ଅଫିସର ଭବାନୀଶଙ୍କର ପଟେଲ, ଆସିଷ୍ଟାଣ୍ଡ ଜିଏସଟି ଅଫିସର ଅଶ୍ୱିନୀ ପାଢ଼ୀ, ସେହିପରି ଭବାନୀପାଟଣା ଏନଫୋର୍ସମେଣ୍ଟ ୟୁନିଟରୁ ଡେ଼ପୁଟି କମିଶନର ସମୀର ମାଝୀ, ଜିଏସଟି ଅଫିସର ପରେଶ୍ୱର ସାହୁ, ସହକାରୀ ଅଫିସର ସୁଧାଂଶୁ ବେହେରା, ଟଙ୍କଧର ସାହୁ କାଗଜପତ୍ର ଯାଞ୍ଚ କରୁଥିଲେ ।ସୁରକ୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ରିଜର୍ଭ ପୋଲିସ ମୁତୟନ ହୋଇଥିଲେ ।

Comments are closed.