ଟ୍ରକକୁ ପଛପଟୁ ଧକ୍କାଦେଲା କାର: ଜଣେ ମୃତ, ୨ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ବଲାଙ୍ଗୀର-ବରଗଡ଼ ଜାତୀୟ ରାଜପଥ ନଂ ୨୬ ମହଦା ନିକଟ ନେହେରୁନଗର ଠାରେ ରାସ୍ତା କଡ଼ରେ ଛିଡ଼ା ଥିବା ଏକ ଟ୍ରକକୁ ଏକ କାର ପଛପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କାର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବସିଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ବରଗଡ଼ ରେଳ ଷ୍ଟେସନ ପଡ଼ାର ପପୁ ରଂଜନ ମହାପାତ୍ର ବୋଲି ଜଣାପଡିଛି । ସେ ବରଗଡ଼ ଟିଭିଏସ୍ ସୋ-ରୁମର କର୍ମଚାରୀ ଅଟନ୍ତି । ସେ ତାଙ୍କର ଟିଭିଏସ୍ କମ୍ପାନୀର ଦୁଇ ଜଣ ସହକର୍ମୀଙ୍କ ସହ ଭବାନୀପାଟଣାରୁ ବରଗଡ଼ ଫେରୁଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଉକ୍ତ ସ୍ଥାନରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଆଇଆଇସି ଜୟାରଶ୍ମି ସେଠୀଙ୍କ ନେତୃତ୍ୱରେ ଏକ ଟିମ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Comments are closed.