ରେଳ ଧାରଣା ଉପରେ ଉପୁଡିପଡିଲା ବିଶାଳ ଶାଳଗଛ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ 

ବାରିପଦା – ବେତନଟୀ ରେଳଷ୍ଟେସନରୁ କିଛି ଦୂରରେ ଆଜି ଏକ ବିଶାଳ ଶାଳଗଛ ଉପୁଡି ରେଳ ଧାରଣାରେ ପଡି ଯାଇଥିବାରୁ ସଂପୃକ୍ତ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶାଳଗଛଟି ଉପୁଡ଼ିବା ଯୋଗୁଁ ବିଦ୍ୟୁତ ତାର ଛିଣ୍ଡିଯାଇ ବିଦ୍ୟୁତ ସରବରାହ ବ୍ୟାଘାତ ହେବା ଯୋଗୁଁ ରୁପ୍ସାରୁ ବାଙ୍ଗିରିପୋଷି ଯାଉଥିବା ମେମୁ ଟ୍ରେନ କୃଷ୍ଣଚନ୍ଦ୍ରପୁର ଜଙ୍ଗଲ ମଧ୍ୟରେ ଅଟକି ରହିଛି | ବେତନଟୀ ଓ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କଟା କାମ ଆରମ୍ଭ ହୋଇଛି | ବିଦ୍ୟୁତ ସରବରାହ ଠିକ କରିବାକୁ ଇଞ୍ଜିନିୟର ଓ କର୍ମଚାରୀ ଖଡ଼ଗପୁରରୁ ଆସିବା ନେଇ ସୂଚନା ମିଳିଛି |

Comments are closed.