ଖଣ୍ଡପଡ଼ା ବିଧାୟକ ଗତ ୪ ବର୍ଷରେ ଲୋକଙ୍କ ପାଇଁ କ’ଣ କରିଛନ୍ତି ? ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନ

ଭୁବନେଶ୍ୱର – ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି ଯେ, ବିଧାୟକ ସୌମ୍ୟରଞ୍ଜନ ହାରି ହାରି ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ । ତେବେ ମନ୍ତ୍ରୀପଦ ନମିଳିବାରୁ ଆଜି ସେ ବିଜୁ ଜନତା ଦଳ ଏବଂ ସରକାରଙ୍କ ବିରୁଦ୍ଧରେ କହୁଛନ୍ତି । ସମାଜସେବା କଥା କହୁଥିବା ସୌମ୍ୟରଞ୍ଜନ ଗତ ୪ ବର୍ଷ ୪ ମାସ ଭିତରେ ଖଣ୍ଡପଡାରେ କ’ଣ ସେବା କରିଛନ୍ତି ସେ ସମ୍ପର୍କରେ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ପଚାରିଲେ କହିବେ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି । ଦଳକୁ ସୌମ୍ୟରଞ୍ଜନ ବ୍ଲାକମେଲ୍ କରୁଛନ୍ତି ବୋଲି ନୟାଗଡ଼ ବିଧାୟକ ଅଭିଯୋଗ କରିଛନ୍ତି ।

Comments are closed.