ବରଗଡ଼: ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ ହୋଇଛି । ୨ ଦିନ ତଳେ ହୃଦଘାତରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ୫୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବରଗଡ଼ ଜିଲ୍ଲା ପଦମପୁର ତାଲ ଗାଁରେ ମହେନ୍ଦ୍ରଙ୍କ ଘର ।
ଜନସେବା ପାଇଁ ଚାକିରି ଛାଡ଼ି ଗତ ୨୦୨୨ ନଭେମ୍ବର ୨୫ତାରିଖରେ ସେ ବିଜେଡିରେ ସାମିଲ ହୋଇଥିଲେ । ମହେନ୍ଦ୍ର କୁମାର ବଢ଼େଇଙ୍କୁ ବିଜେଡି ମୁଖପାତ୍ର ଭାବେ ନିଯୁକ୍ତ କରିଥିଲା ।
ପରେ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଥିଲେ ।
Comments are closed.