ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ନିଲମ୍ବିତ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ନିଲମ୍ବନର ସପ୍ତାହେ ନ ପୁରୁଣୁ ସମାନ ଅଭିଯୋଗରେ ଆଉ ଜଣେ ଅଧ୍ୟାପକ ନିଲମ୍ବିତ। ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶୁକମୁନି ମେହେରଙ୍କୁ ନିଲମ୍ବିତ କରିଛନ୍ତି କର୍ତ୍ତୃପକ୍ଷ। ଡକ୍ଟର ମେହେର ଜଣେ ନବାଗତା ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପରେ କୁଳପତିଙ୍କ ନିର୍ଦ୍ଦେଶରେ ଡକ୍ଟର ମେହେରଙ୍କୁ କୁଳସଚିବ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ଯ ଯେ, ସପ୍ତାହେ ତଳେ ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ରଜତ କୁଜୁର ସେହି ବିଭାଗର ଜଣେ ଅଧ୍ୟାପିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି।

Comments are closed.