ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରାବାବୁ ନାଇଡୁ ଗିରଫ

ନାନ୍ଦ୍ୟାଲ – ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲେଗୁ ଦେଶମ ମୁଖ୍ୟ ଏନ୍. ଚନ୍ଦ୍ରାବାବୁ ନାଇଡୁଙ୍କୁ ଆଜି ସକାଳେ ଗିରଫ କରାଯାଇଛି। ନାନ୍ଦ୍ୟାଲ ଜିଲ୍ଲାରେ ପୋଲିସ ତାଙ୍କୁ ଗିରଫ କରିଛି। ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ମାମଲାରେ ନାଇଡୁଙ୍କୁ ଗିରଫ କରାଯାଇଛି। ସାରା ରାଜ୍ୟରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ନାଇଡୁ ସ୍ଥାନୀୟ ଆର.କେ ଫଙ୍କସନ ହଲରେ ନାଇଡୁ କ୍ୟାମ୍ପ ପକାଇଥିଲେ । ସେଠାରେ ନାନ୍ଦ୍ୟାଲ ରେଞ୍ଜ ଡିଆଇଜି ରଘୁରାମ ରେଡ୍ଡୀ ଓ ସିଆଇଡି ଟିମ୍ ପହଞ୍ଚି ନାଇଡୁଙ୍କୁ ଗିରଫ କରିଥିଲେ । ଭୋର୍ ୩ଟା ବେଳକୁ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ ପହଞ୍ଚିଥିଲେ। ସେତେବେଳେ ନାଇଡୁ ତାଙ୍କର ସମର୍ଥକମାନଙ୍କ ସହ ବିଶ୍ରାମ ନେଉଥିଲେ । ତେବେ ତାଙ୍କୁ ସକାଳ ସାଢେ ୫ଟା ସୁଦ୍ଧା କେହି ଭେଟି ପାରିବେ ନାହିଁ ବୋଲି ନିୟମ ଥିବାରୁ ସକାଳ ୬ଟାରେ ହିଁ ତାଙ୍କୁ ଗିରଫ କରାଯାଇଥିଲା। ଆନ୍ଧ୍ର ପ୍ରଦେଶ ସ୍କିଲ ଡେଭଲପମେଣ୍ଟ ନିଗମରେ ଦୁର୍ନୀତି ମାମଲାରେ ସେ ଏକ ନମ୍ବର ଅଭିଯୁକ୍ତ ବୋଲି ଡିଆଇଜି ନାଇଡୁଙ୍କୁ କହିବା ସହ ନୋଟିସ ଦେଇ ତାଙ୍କୁ ଗିରଫ କରିଥିଲେ । ହାଇକୋର୍ଟରେ ନାଇଡୁଙ୍କ ଜାମିନ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି।

Comments are closed.