ଜି-୨୦ ସମ୍ମିଳନୀ ସଭାସ୍ଥଳରେ ଶୋଭା ପାଉଛି କୋଣାର୍କ ଚକ

ଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ ‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମଇଦାନରେ ନିର୍ମିତ ଜି-୨୦ ସଭାସ୍ଥଳ ‘ଭାରତ ମଣ୍ଡପମ୍’ରେ ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କୁ ସ୍ୱାଗତ କରିଛନ୍ତି। ଦେଶର ଐତିହ୍ୟ ଓ ସସ୍କୃତିର ଝଲକ ସହ ‘ଭାରତ ମଣ୍ଡପମ୍’ରେ ଓଡ଼ିଶାର କୋଣାର୍କ ଚକ ମଧ୍ୟ ଶୋଭା ପାଉଛି। ପ୍ରଧାନମନ୍ତ୍ରୀ ମୋଦୀ ‘ଭାରତ ମଣ୍ଡପମ୍’ର ଯେଉଁ ସ୍ଥାନରେ ବିଶ୍ବ ନେତାଙ୍କୁ ସ୍ବାଗତ କରୁଛନ୍ତି ତାହାର ପୃଷ୍ଠଭାଗରେ କୋଣାର୍କ ଚକ ଦେଖିବାକୁ ମିଳୁଛି ।

କୋଣାର୍କ ଚକ କାହିଁକି ସ୍ୱତନ୍ତ୍ର?

ତ୍ରୟୋଦଶ ଶତାବ୍ଦୀରେ ରାଜା ନରସିଂହଦେବ ପ୍ରଥମଙ୍କ ସମୟରେ ନିର୍ମିତ କୋଣାର୍କ ଚକ୍ର ଓଡ଼ିଶା ତଥା ଭାରତର ସମୃଦ୍ଧ କାରୁକାର୍ଯ୍ୟର ପ୍ରମାଣ । ଏହାକୁ ଜାତୀୟ ପ୍ରତୀକ ଭାବେ ତ୍ରିରଙ୍ଗାରେ ବି ସ୍ଥାନ ଦିଆଯାଇଛି। କୋଣାର୍କ ଚକ ଭାରତର ପ୍ରାଚୀନ ଜ୍ଞାନକୌଶଳ, ଉନ୍ନତ ସଭ୍ୟତା ଏବଂ ଉତ୍କୃଷ୍ଟ ସ୍ଥାପତ୍ୟର ପ୍ରତୀକ |

କୋଣାର୍କ ଚକ ସମୟର ପ୍ରବାହ, କାଳଚକ୍ର, ବିକାଶ ଏବଂ ପରିବର୍ତ୍ତନର ପ୍ରତୀକ | ଗଣତନ୍ତ୍ରର ଏକ ଶକ୍ତିଶାଳୀ ପ୍ରତୀକ ଭାବେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସମାଜର ପ୍ରଗତି ପାଇଁ ପ୍ରତିବଦ୍ଧତାକୁ ଦର୍ଶାଏ |

Comments are closed.